ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣା ରୋକିବାକୁ ଭିନ୍ନ ପ୍ରୟାସ, ଏଣିକି ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର(କେନ୍ୟୁଜ୍): ଦେଶ ଏବଂ ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା । ପ୍ରତି ଦିନ ବହୁ ମୁଲ୍ୟବାନ ଜୀବନ ଯାଉଛି । ଏହାକୁ ରୋକିବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣା ଜନିତ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ଭିନ୍ନ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ୱର- ୨ ଅଞ୍ଚଳିକ ପରିବହନ ବିଭାଗ ।

Carମହାମାରୀଠୁ ଭୟଙ୍କର ରୂପ ନେଇଛି ସଡକ ଦୁର୍ଘଟଣା । କେବଳ ଦେଶରେ ନୁହେଁ ରାଜ୍ୟରେ ବି ବ୍ୟାଧିଭାବେ ମାଡିଚାଲିଛି ସଡ଼କ ଦୁର୍ଘଟରା । ଓଡ଼ିଶାରେ ସଡକ ଦୁର୍ଘଟଣାରେ ୭ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଛି । ପ୍ରତିଦିନ ୧୪ ଜଣ ଏହାର ଶିକାର ହେଉଛନ୍ତି । ଦେଶରେ ବି ସାଂଘାତିକ ଅବସ୍ଥା । ପ୍ରତି ଦିନ ଦେଶରେ ପ୍ରାୟ ୧୩ଶହ ସଡ଼କ ଦୁର୍ଘଟଣା ହେଉଛି । ୪ଶହ ଜଣଙ୍କ ଏଥିରେ ମୃତ୍ୟୁ ହେଉଛି। ଏସବୁ ପୁଣି ମନୁଷ୍ୟ କୃତ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ତେବେ ସଚେତନତା ଦ୍ୱାରା ସଡକ ଦୁର୍ଘଟଣା ରୋକି ହେବ ।

deadସଡ଼କ ସୁରକ୍ଷା ଜୀବନ ରକ୍ଷା । ଆଜିର ନାଗରିକ କାଲିର ଭବିଷ୍ୟତ, ଏହାକୁ ଆଖି ଆଗରେ ରଖି ସ୍କୁଲ ସ୍ତରରେ ପିଲାଙ୍କୁ ଦୁର୍ଘଟଣା ସଚେତନତା କାଯ୍ୟର୍କ୍ରମ କରାଯିବ । ଭୁବନେଶ୍ୱର ଆଞ୍ଚଳିକ ପରିବହନ ବିଭାଗ- ୨ର ଅଧିକାରୀ ପ୍ରାରମ୍ଭିକ ଭାବେ ୬ଟି ଏନଜିଓଙ୍କ ସହଯୋଗରେ ୧୫୦ଟି ସ୍କୁଲରେ ସଚେତନତା କାଯ୍ୟର୍ ହେବ । ଏଥିପାଇଁ ସମସ୍ତ ସାମାଜିକ ସଂଗଠନ ସଦସ୍ୟଙ୍କୁ ମଧ୍ୟ ତାଲିମ ଦିଆଯାଇଛି । ମହାମାରୀ ଠାରୁ ଅଧିକ ମୃତ୍ୟୁର ବିଭିଷିକା ପାଲଟିଥିବା ସଡକ ଦୁର୍ଘଟଣାକୁ କେବଳ ସଚେତନତା ଦ୍ୱାରା ରୋକିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.