ଘରେ ରାତିରେ ଶସସ୍ତ୍ର ଡକାୟତି, ଲୁଟିନେଲେ ଲକ୍ଷାଧିକଟଙ୍କା ଓ ସୁନାଗହଣା

ବାଙ୍କୀ(କେନ୍ୟୁଜ୍‌) : ରାତିରେ ଶସସ୍ତ୍ର ଡକାୟତି, ଲୁଟିନେଲେ ଲକ୍ଷାଧିକଟଙ୍କା ଓ ସୁନାଗହଣା। ନିଜ ମାଆ ଙ୍କୁ ଚିକିତ୍ସା କରିବା ପାଇଁ ଭୁବନେଶ୍ବରକୁ ନେଇ ଯାଇଥିବାର ସୁଯୋଗ ନେଇ ରାତିରେ ଘରେ ପଶି ଘରର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ବାଙ୍କୀ ଥାନାଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଗୋପାଳପୁର ଗ୍ରାମରେ ଘଟିଛି ଲହି ଘଟଣା।

ଗ୍ରାମର ସମରେନ୍ଦ୍ର ଦାସ, ତାଙ୍କ ଅସୁସ୍ଥ ମାଆଙ୍କୁ ଚିକିତ୍ସା ପାଇଁ ଘରେ ତାଲା ପକାଇ ସପରିବାର ଭୁବନେଶ୍ବର ଯାଇଥିଲେ । ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ୬୦ ହଜାର ଟଙ୍କା, ସମେତ ବହୁ ଦାମୀ ସାମଗ୍ରୀ ଲୁଟି ନେଇଛନ୍ତି।

ଆଜି ସକାଳୁ ଘର ଖୋଲା ହୋଇଥିବାର ଖବର ପଡୋଶୀଙ୍କ ଠାରୁ ପାଇ ଶ୍ରୀ ଦାସ ଗାଁରେ ପହଁଚି ଦେଖିବା ବେଳକୁ ଲୁଟ୍ ହୋଇଥିବାର ଜାଣି ତୁରନ୍ତ ବାଙ୍କୀ ଥାନାରେ ଏତଲା ଦାୟର କରିଛନ୍ତି। ବାଙ୍କୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.