ବିଶ୍ୱର ୧୫ଟି ଚାମ୍ପିଅନ୍ ସହର ଭିତରେ ସ୍ଥାନ ପାଇଛି ରାଉରକେଲା

ରାଉରକେଲା(କେନ୍ୟୁଜ) : ବିଶ୍ୱସ୍ତରରେ ସ୍ମାର୍ଟସିଟି ହାସଲ କରିବାକୁ ନେଇ ଚର୍ଚ୍ଚାରେ ରାଉରକେଲା । ବ୍ଲୁମବର୍ଗ ଗ୍ଲୋବାଲ୍ ମେୟର ଚ୍ୟାଲେଞ୍ଜରେ ଦମ୍ ଦେଖାଇଛି ରାଉରକେଲା ମହାନଗର ନିଗମ । ସାରା ବିଶ୍ୱର ୬୦୦ ସହରକୁ ନେଇ ପ୍ରତିଯୋଗିତା ହୋଇଥିଲା । ଭାରତର ଏକମାତ୍ର ସହର ଭାବରେ ବ୍ଲୁମବର୍ଗ ଗ୍ଲୋବାଲ୍ ମେୟର ଚ୍ୟାଲେଞ୍ଜରେ ବାଜି ମାରିଛି ରାଉରକେଲା ।

ବୀଜୟପ୍ରାପ୍ତ କରିଥିବା ସହରଗୁଡ଼ିକୁ ପୁରସ୍କାର ରାଶି ସ୍ୱରୁପ ୧ ମିଲିୟନ ୟୁଏସ୍‌ ଡଲାର ବା ପ୍ରାୟ ୭ କୋଟି ଟଙ୍କା ପାଇବା ସହ ବହୁ ବର୍ଷ ପାଇଁ ଟେକନିକାଲ ସପୋର୍ଟ ଦିଆଯିବ ବୋଲି ଜଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ସହର କର୍ତ୍ତୃପକ୍ଷ ଓ ସହରବାସୀଙ୍କୁ ଏଥିପାଇଁ ସାଧୁବାଦ ଜଣାଇଛନ୍ତି ।

rkl-

ବିଶ୍ୱର ୧୫ଟି ଚାମ୍ପିଅନ୍ ସହର ଭିତରେ ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଭିନବ ପ୍ରସ୍ତାବ ଦେଇଥିଲା ରାଉରକେଲା ମହାନଗର ନିଗମ । ମହିଳା ବ୍ୟବସାୟୀଙ୍କ ପାଇଁ ସୌରଚାଳିତ ଶୀତଳଭଣ୍ଡାର ୟୁନିଟ୍ ବ୍ୟବସ୍ଥା କରାଯାଇଥିବା କଥା କହିଥିଲା । ଯାହାଦ୍ୱାରା ଛୋଟ ଛୋଟ ଚାଷୀ ଓ ବ୍ୟବସାୟୀ ପନିପରିବା, ଫଳ ନିଜ ସାମଗ୍ରୀ ସଂରକ୍ଷିତ ରଖିପାରୁଛନ୍ତି ।

ଏହାଦ୍ୱାର ସହରବାସୀ ତାଜା ଫଳ ଓ ପନିପରିବା ପାଇ ପାରୁଛନ୍ତି । ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ମହିଳା ଉଦ୍ୟୋଗୀ । ଖାଦ୍ୟ ଅପଚୟ ରୋକା ଯାଇ ପାରୁଛି । ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଜୀବିକା ବଢ଼ାଇ ପାରିଛନ୍ତି ।

ଏହି ୧୫ ଟି ସହର ମଧ୍ୟରେ ଅମାନ, ଜୋର୍ଡାନ, ବୋଗଟା, କଲୋମ୍ବିଆ, ବୁଟୁଆନ, ଫିଲିପାଇନ୍ସ, ଫ୍ରିଟାଉନ, ସେଇରା, ଲଓନେ, ହର୍ମୋସିଲୋ,ମେକ୍ସିକୋ, ଇଷ୍ଟାନବୁଲ,ତୁର୍କୀ, କାଇଗାଲି, ରାଓ୍ଵାଣ୍ଡା,କୁମାସୀ,ଘାନା,ପାଟେରସନ, ନ୍ୟୁ ଜର୍ସି, ୟୁଏସଏ; ଫୋନେକ୍ସି, ଆରିଜୋନା, ୟୁଏସଏ; ରୋଚେଷ୍ଟର, ମିନେସୋଟା, ୟୁଏସଏ; ରୋଟାରଡାମ, ଦି ନେଦରଲାଣ୍ଡସ; ରାଉରକେଲା,ଭାରତ; ଭିଲିନିୟସ,ଲିଥୁଆନିଆ; ଓ େଓ୍ଵଲିଂଟନ,ନ୍ୟୁଜଲାଣ୍ଡ ସ୍ଥାନ ପାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.