ସାଲ୍ୟୁଟ ଆର୍ପିଏଫ୍ ଯବାନ, ଚଳନ୍ତା ଟ୍ରେନରୁ ଖସି ପଡିଥିବା ଯାତ୍ରୀଙ୍କୁ ଟାଣି ଆଣି ଜୀବନ ବଞ୍ଚାଇ ଦେଲେ

କଟକ(କେନ୍ୟୁଜ୍): ଜୀବନ ବଞ୍ଚାଇଲେ ଯବାନ । ଚଳନ୍ତା ଟ୍ରେନରୁ ଖସି ପଡିଥିବା ଯାତ୍ରୀଙ୍କୁ ଟାଣି ଆଣି ଜୀବନ ବଞ୍ଚାଇଛନ୍ତି ଆର୍ପିଏଫ୍ ଯବାନ ସାଫିଦ ଖାନ । ସିସିଟିଭିରେ କଏଦ ହୋଇଛି କଟକ ରେଳ ଷ୍ଟେସନ ନିକଟରେ ଘଟିଥିବା ଏହି ଘଟଣା । ୪ ନମ୍ବର ପ୍ଲାଟଫର୍ମରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଷ୍ଟେସନ ଭିତରକୁ ପଶୁଥିବା ବେଳେ ଏହି ଘଟଣାଟି ଘଟିଥିଲା ।
ଯାତ୍ରୀ ଜଣକ ବିହାରରୁ କଟକ ଆସୁଥିଲେ । ଟ୍ରେନ୍ଟି ଅଟକିବା ପୂର୍ବରୁ ଯାତ୍ରୀ ଜଣକ ଡେଇଁପଡିଥିଲେ । ଏହି ସମୟରେ ସେ ଟ୍ରେନ୍ ତଳକୁ ଖସିପଡିଥିଲେ । ତେବେ ଯବାନ ସାଫିଦ ଖାନଙ୍କ ଯୋଗୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।