Below header

ଏସଡିଓ ସରକାରୀ ଘରେ ଲଗାଇଲେ ଆତଙ୍କୀ ଲାଡେନ ଫଟୋ, ଲେଖିଲେ ବିଶ୍ୱର ସର୍ବଶ୍ରେଷ୍ଠ ଇଂଜିନିୟର, ଭିଡିଓ ଭାଇରାଲ

ଫରୁଖାବାଦ : ଓସମା ବିନ ଲାଡେନ ଜଣେ କୁଖ୍ୟାତ ଆତଙ୍କବାଦୀ ବୋଲି କିଏ ବା ନ ଜାଣେ । ହେଲେ ଉତ୍ତର ପ୍ରଦେଶର ଫରୁଖାବାଦରେ ଦେଖାଦେଇଛି ଏକ ଅଦ୍ଭୁତ ମାମଲା । ଜଣେ ସରକାରୀ ଅଧିକାରୀ ଲାଡେନର ଫଟୋ ସରକାରୀ କ୍ୱାଟରରେ ଲଗାଇବା ସହ ତା ତଳେ ବିଶ୍ୱର ସର୍ବ ଶ୍ରେଷ୍ଠ ଇଂଜିନିୟର ବୋଲି ଲେଖିଛନ୍ତି । ଏ କେହି ସାଧାରଣ କର୍ମଚାରୀ ନୁହଁନ୍ତି, ଜିଲ୍ଲା ବିଦ୍ୟୁତ ବିଭାଗର ଜଣେ ଏସଡିଓ ର‍୍ୟାଙ୍କର ଅଫିସର । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇଂଜିନିୟରଙ୍କ ବୁଦ୍ଧି ବଣା ହୋଇଛି ।

ଫରୁଖାବାଦର ନବାବଗଞ୍ଜ ସ୍ଥିତ ବିଦ୍ୟୁତ ସବ୍‌ ଷ୍ଟେସନରେ କାର୍ଯ୍ୟରତ ଏସଡିଓ ଇଂଜିନିୟର ରବିନ୍ଦ୍ର ପ୍ରକାଶ ଗୌତମ ନିଜର ସରକାରୀ କ୍ୱାଟରରେ ଆତଙ୍କବାଦୀ ଓସମା ବିନ ଲାଡେନର ଫଟୋ ଲଗାଇଥିଲେ । ଏହି ଫଟୋରେ ଲେଖିଥିଲେ ‘ଶ୍ରଦ୍ଧେୟ ଓସମା ବିନ ଲାଡେନ ବିଶ୍ୱର ସର୍ବଶ୍ରେଷ୍ଠ ଇଂଜିନିୟର ’ । ଏହି ଫଟୋକୁ କେହି ଭିଡିଓ ବନାଇ ଦେଇ ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଥିଲେ ।

ହେଲେ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ଏସଡିଓ ଫଟୋକୁ ହଟାଇ ଦେଇଛନ୍ତି । ଭାଇରାଲ ଫଟୋ ପରେ ଇଂଜିନିୟ ଏବେ ଲାପତା ହୋଇଯାଇଛନ୍ତି । ଏହି ଘଟଣାକୁ ଯାଞ୍ଚ କରିବା ନେଇ ଉଚ୍ଚ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.