ରାଜନୀତିର ଅଣଚାଶ ପବନକୁ ସାମ୍ନା କରି ୨୫ ବର୍ଷର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ୨୫ ବର୍ଷ ସମୟ । ରାଜନୀତିରେ ଏକ ଲମ୍ବା ଯାତ୍ରା। ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପା ବିଜୁ ପଟ୍ଟନାୟଙ୍କ ଦେହାନ୍ତ ପରେ ରାଜନୀତିରେ ପାଦ ଥାପିଥିବା ନବୀନ, ୧୯୯୭ ଜୁନ ୧ରେ ପ୍ରଥମ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ତିନି ଥର ସାଂସଦ ହେବା ସହ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହାପରେ ୨୦୦୦ ମସିହାରୁ ସେ ଓଡ଼ିଶାର ଭାଗ୍ୟବିଧାତା ପାଲଟିଯାଇଛନ୍ତି । ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେଡିର ବହୁ ନେତା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଜୟଯାତ୍ରା ଆଗକୁ ଜାରି ରହୁ ବୋଲି କହିଛନ୍ତି ।