ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ, ଏଣିକି କାନ୍ଥ ବାଡ଼ରେ To-let ମାରିଲେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା

ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ମୋଟା ଅଙ୍କର ତଣ୍ଡ। କାରଣ କାନ୍ଥବାଡ଼ କି କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି।

ଭୁବନେଶ୍ୱର (କେନ୍ୟୁଜ): ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ମୋଟା ଅଙ୍କର ତଣ୍ଡ। କାରଣ କାନ୍ଥବାଡ଼ କି କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି। ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ତତ୍ପର ହୋଇଛି ବିଏମସି । ଏନେଇ ଅନେକ କଠୋର ପଦକ୍ଷେପ ମଧ୍ୟ ନେଇଛି । ତେବେ ଭୁବନେଶ୍ବରରେ ଘର ଭଡ଼ାର ଚାହିଦା ଅନେକ ମାତ୍ରାରେ ରହିଥିବା ବେଳେ ଏହାକୁ ବ୍ୟବସାୟରେ ପରିଣତ କରିଥିବା କିଛି ବ୍ୟକ୍ତି ଏବଂ ସଂସ୍ଥା ବିଜ୍ଞାପନ ଆଳରେ ରାଜଧାନୀର କାନ୍ଥବାଡ଼ରେ ପୋଷ୍ଟର ମାରୁଛନ୍ତି ।

ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କ ଠାରୁ ୫୦ ହଜାର ଲେଖାଏଁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । କେବଳ ଜରିମାନା ନୁହଁ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ଦେଇଛି ବିଏମସି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.