ବିନା ପରମିଟ ଓ ଟ୍ୟାକ୍ସରେ ଚାଲୁଥିଲା ଯାତ୍ରୀବାହୀ ବସ, ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଫାଇନ କାଟିଲା ଆରଟିଓ

ରାଉରକେଲା(କେନ୍ୟୁଜ୍):  ଯାତ୍ରୀଙ୍କ ଜୀବନ ସହ ଖେଳ। ବିନା ପରମିଟ ବିନା ଟ୍ୟାକ୍ସରେ ଚାଲୁଥିଲା ଯାତ୍ରୀବାହୀ ରାତ୍ରିକାଳୀନ ବସ। ଧରିଲା ଆରଟିଓ । ମିଳିଥିବା ସୂଚନା ମୁତାବକ ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଉମାକାନ୍ତ ବସ ବିନା କୌଣସି ପରିମିଟି ଓ ବିନା ଟ୍ୟାକ୍ସରେ ବେଫିକର ହୋଇ ଚାଲୁଥିଲା ।   ଖବର ପାଇ ରାଉରକେଲା ଆରଟିଓ ଅଧିକାରୀ ଚଢାଉ କରିଥିଲେ।

ଗତ ନଭେମ୍ବର ମାସରୁ ଟେକ୍ସ ନଦେଇ ଚାଲୁଥିଲା ବସ। ଏପରିକି ବସରେ ପରମିଟି ନଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାର ଯାଞ୍ଚ କରୁଛନ୍ତି ଆରଟିଓ ଅଧିକାରୀ।  ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଜୋରିମାନା କରିବା ସହ ବସକୁ ଜବତ କରିଛନ୍ତି ଆରଟିଓ ଅଧିକାରୀ। ନଭେମ୍ବରରୁ ବାକି ଅଛି ୨ ଲକ୍ଷ ୬୫୫ ଟଙ୍କାର ଟ୍ୟାକ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.