ଅଭିଷେକ ବଚ୍ଚନଙ୍କୁ ଅଯୋଗ୍ୟ କହିଲେ ଏହି ଟ୍ରୋଲର, ଜାଣନ୍ତୁ ତା’ ପରେ କ’ଣ ହେଲା

ବଲିଉଡ଼ ଷ୍ଟାରମାନଙ୍କ ମଧ୍ୟରୁ କେହି ନା କେହି ପ୍ରତିଦିନ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗୁଛନ୍ତି। ମହେଶ ଭଟ୍ଟ ଠୁ ଆରମ୍ଭ କରି ଆଲିଆ ଭଟ୍ଟ, ଅମିତାଭଙ୍କଠୁ ଆରମ୍ଭ କରି ଅଭିଷେକ ବଚ୍ଚନ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମଡିଆ ଟ୍ରୋଲର ଶିକାର ହେଉଛନ୍ତି। ଏବେ ପୁଣି ଥରେ ଅଭିଷେକ ବଚ୍ଚନ ଟ୍ରୋଲର୍ସଙ୍କ ମଧ୍ୟରେ ଫସି ଯାଇଛନ୍ତି।

ଅଭିଷେକ ନିଜ ଅପକମିଙ୍ଗ ଫିଲ୍ମ ‘ଦ ବିଗ୍‌ ବୁଲ’କୁ ନେଇ ଏକ ପୋଷ୍ଟ ଟ୍ଵିଟରରେ ସେୟାର କରିଥିଲେ। ଏହି ପୋଷ୍ଟକୁ ନେଇ ଜଣେ ୟୁଜର କମେଣ୍ଟ କରି ଅଭିଷେକଙ୍କୁ ଅଯୋଗ୍ୟ ବୋଲି କହିଥିଲେ। ଐଶର୍ଯ୍ୟାଙ୍କୁ ନେଇ ମଧ୍ୟ କମେଣ୍ଟ କରିଥିଲେ ଟ୍ରୋଲର। ଏହାକୁ ଦେଖି ଅଭିଷେକ ମଧ୍ୟ ଟ୍ରୋଲରଙ୍କୁ ଜବରଦସ୍ତ ରିପ୍ଳାଏ ଦେଇଥିଲେ। ଏହି ପୋଷ୍ଟରେ ଅଭିଷେକ ବଚ୍ଚନ ଟ୍ରୋଲରଙ୍କୁ ରିପ୍ଲାଏ ଦେଇ କହିଛନ୍ତି, ‘ ଠିକ୍‌ ଅଛି ଆପଣଙ୍କ ମତାମତ ପାଇଁ ଧନ୍ୟବାଦ। ମୁଁ ଏତିକି ଜାଣିବାକୁ ଚାହୁଁଥିଲି ଯେ ଆପଣ ଏତେ ଜଣଙ୍କୁ ଟ୍ୟାଗ୍‌ କରିଛନ୍ତି । ତେଣୁ ଏହି ମତାମତ କାହାପାଇଁ ଥିଲା। ଇଲିଆନା ଓ ନିକ୍କିଙ୍କ ର ବିବାହ ହୋଇନାହିଁ। ଆଉ ବାକି ଅଜୟ, ସୋହମ୍‌ ଛୋଟପିଲା। ଡିଜନୀର ମାରିଟାଲ୍‌ ଷ୍ଟାଟସ ମୁଁ ବୁଝିକି କହୁଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.