ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେଟ୍‌ ଦେବାକୁ ପଡିବ । ନଚେତ ୭ ଦିନି ସଂଗରୋଧରେ ରହିବାକୁ ପଡିବ ।

ଭୁବନେଶ୍ୱରରେ ରେଳବାଇ ଓ ବିଏମ୍‌ସି ଅଧିକାରୀ ଏ ନିୟମ କାର୍ଯ୍ୟକାରୀ କରିବା ପାଇଁ ଷ୍ଟେସନରେ ଅନୁଧ୍ୟାନ କରିଛନ୍ତି । ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା କରାଯାଇଛି । ବିଏମ୍‌ସି ତରଫରୁ ୬ ଜଣିଆ ଟିମ୍‌ ଷ୍ଟେସନ ଦେଇ ଆସୁଥିବା ଯାତ୍ରୀ ଉପରେ ଉପରେ ୨୪ ଘଣ୍ଟା ନଜର ରଖିବେ । ଏବେ ରାଜଧାନୀରେ ଦୈନିକ ପ୍ରାୟ ୬୦ଟି ଟ୍ରେନ ଯିବାଆସିବା କରୁଛି । ପ୍ରାୟ ୧୦ ହଜାର ଜଣ ବାହାର ରାଜ୍ୟରୁ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.