ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା, ପାଇଲଟ ପ୍ରୋଜେକ୍‌ଟ ଭାବେ ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି

ପ୍ରଥମ ପର୍ଯାୟରେ ପାଇଲଟ ପ୍ରୋଜେକ୍‌ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି । କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ):ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ।ସହର ପରେ ଏବେ ଗାଁରେ ପହଞ୍ଚିବ ମୋ ବସ୍‌ । ପ୍ରତି ପଞ୍ଚାୟତକୁ ଗଡ଼ିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ଏହି ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢୀ ।

ପ୍ରଥମ ପର୍ଯାୟରେ ପାଇଲଟ ପ୍ରୋଜେକ୍‌ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି । କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି । ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ । ବର୍ତ୍ତମାନ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବରଗଡ଼, ରାଉରକେଲା ଭଳି ସହରାଞ୍ଚଳରେ ମୋ ବସ୍‌ ସେବା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.