କାର୍ ଚୋରି କରିବାକୁ ଆସି ହଟହଟ୍ଟା ହେଲେ ଚୋର, ଡ୍ରାଇଭିଂ ଆସୁନଥିବାର ଗାଡିକୁ ଧକ୍କା ଦେଇ ନେଇଗଲେ ୧୦ କିମି
କାର୍ ଚଲାଇ ନ ଶିଖି ଚୋରି କରିବାକୁ ଯାଇଥିଲେ ୩ ଚୋର । କାରକୁ ଧକ୍କା ମାରି ୧୦ କିମି ଆଣିବା ପରେ ପୋଲିସ ଧରିଲା । ଏବେ ସମସ୍ତେ ଜେଲରେ ଦିନ କାଟୁଛନ୍ତି ।
କାର୍ ଚୋରି କରିବାକୁ ଆସି ଫସିଗଲେ ଚୋର । କାର୍ ଚୋରି କରିବାକୁ ଆସିଥିଲେ ୩ ଚୋର । କିନ୍ତୁ କାହାକୁ ବି କାର୍ ଡ୍ରାଇଭିଂ ଆସୁନଥିବାରୁ କାରକୁ ଧକ୍କା ମାରି ୧୦ କିମି ନେଇଯାଇଥିଲେ ଚୋର । ଏମିତି ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି । ଯାହାର ଭିଡିଓ ଭାଇରଲ ହେବାରେ ପରେ ଚୋରକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ସୋସିଆଲ ମିଡିଆ ମୁତାବକ, ଏହି ଘଟଣା କାନପୁରର ଦବୌଲୀ ଅଞ୍ଚଳରେ ଘଟିଛି । ୩ ଜଣ ଚୋର ୭ ମଇ ରାତିରେ କାର ଚୋରି କରିବାକୁ ଆସିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ କାର ଡ୍ରାଇଭିଂ ଆସୁନଥିବାରୁ କାରକୁ ଚୋର ୧୦ କିମି ଧକ୍କା ଦେଇ ନେଇଯାଇଥିଲେ । କାରକୁ କଲ୍ୟାଣପୁର ଅଞ୍ଚଳକୁ ନେଇ ଶୂନଶାନ ରାସ୍ତାରେ କାରକୁ ରଖିଦେଇଥିଲେ ।
ସେଠାରେ ଚୋର କାରରୁ ନମ୍ବର ପ୍ଲେଟ କାଢି ଦେଇଥିଲେ । ପୋଲିସକୁ ଏଭଳି ଘଟଣା ଜାଣିବା ପରେ ତଦନ୍ତ କରି ସତ ଜାଣିବାକୁ ପାଇଥିଲା । ମିଡିଆ ରିପୋର୍ଟ ମୁତାବକ, ନଜିରାବାଦର ଏସପି ଭେଜ ନାରାୟଣ ସିଂ କହିଛନ୍ତି, କାର ଚୋରି କରିଥିବା ଯୁବକ ହେଲେ ସତ୍ୟମ କୁମାର, ଅମନ ଗୌତମ ଏବଂ ଅମିତ ବର୍ମା । ସେମାନଙ୍କୁ ଗିରଫ କରାଯାଇଛି । ସତ୍ୟମ ମହାରାଜପୁର ଏକ ଇଂଜିନିୟରିଂ କଲେଜରେ ବିଟେକ କରୁଥିବା ବେଳେ ଅମନ ଡିବିଏସ କଲେଜରେ ବିକମ୍ ଶେଷ ବର୍ଷର ଛାତ୍ର ରହିଛନ୍ତି । ସେହିପରି ଅମିତ ଏକ ବିଲିଡିଂରେ କାମ କରନ୍ତି ।
ସେମାନେ କାର ଚୋରି କରି କବାଡିଆକୁ ବିକିଦେବେ ବୋଲି ଭାବିଥିଲେ । କିନ୍ତୁ ସଫଳ ହେଲେ ନାହିଁ । ସେମାନଙ୍କ ପାଖରେ ଦୁଇଟି ବାଇକ୍ ମଧ୍ୟ ପୋଲିସ ଜବତ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କଡାକଡି କରିଦିଆଯାଇଛି ।