ଅମୃତସରରେ ଗ୍ୟାଙ୍ଗଷ୍ଟର୍‌ ଜର୍ଣ୍ଣେଲ ସିଂଙ୍କୁ ହତ୍ୟା, ଛାତିରେ ବାଜିଛି ୨୫ଟି ଗୁଳି

ପଞ୍ଜାବର ଅମୃତସରରେ ଗ୍ୟାଙ୍ଗଷ୍ଟର ଜର୍ଣ୍ଣେଲ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଉପରକୁ ଦୁର୍ବୃତ୍ତମାନେ ପାଖାପାଖି ୨୦ରୁ ୨୫ଟି ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ପଞ୍ଜାବର ଅମୃତସରରେ ଗ୍ୟାଙ୍ଗଷ୍ଟର ଜର୍ଣ୍ଣେଲ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜର୍ଣ୍ଣେଲ ସିଂଙ୍କ ଉପରକୁ ଦୁର୍ବୃତ୍ତମାନେ ପାଖାପାଖି ୨୦ରୁ ୨୫ଟି ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ଅମୃତସରର ବାବା ବକାଲା ନିକଟ ସାଠିୟାଲା ଗାଁରେ ଏହି ଘଟଣା ଘଟିଛି। ଏଠାରେ କିଛି ଦୁର୍ବୃତ୍ତ ଜର୍ଣ୍ଣେଲ ସିଂଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ମୁଖା ପିନ୍ଧିଥିବା କିଛି ଦୁର୍ବୃତ୍ତ ଗୁଳି ଚଳାଉଥିବା ନଜର ଆସିଛନ୍ତି।

ପୋଲିସ ସୂଚନା ଅନୁସାରେ, ଜର୍ଣ୍ଣେଲ ସିଂଙ୍କ ବିରୋଧୀ ଗ୍ୟାଙ୍ଗ୍‌ର ୪ ସଦସ୍ୟ ଏହି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ମୃତକ ଗୋପି ଧନଶ୍ୟାମପୁରିଆ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି କୁହାଯାଉଛି। ଦୁର୍ବୃତ୍ତମାନେ ପ୍ରାୟ ୧୫ ମିନିଟ୍‌ ଯାଏ ଗୁଳି ଚଳାଇ ଜର୍ଣ୍ଣେଲଙ୍କୁ ହତ୍ୟା କରିଥିଲେ।

ଭିଡିଓ ଫୁଟେଜ୍‌ରେ ଦେଖାଯାଉଛି ଯେ ଜର୍ଣ୍ଣେଲ ଯେମିତି ଦୋକାନ ବାହାରକୁ ବାହାରୁଛନ୍ତି, ତ ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଉଛନ୍ତି। ସେମାନେ ଏକ କାର୍‌ରେ ଆସିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.