Below header

କେତେ ପଢ଼ିଛନ୍ତି ଇଶା ଅମ୍ବାନୀ; କେତେ କୋଟି ଟଙ୍କାର ମାଲିକାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ । ସେ ୟେଲ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୧୮ ମସିହାରେ ଏମବିଏରେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ବିଜନେସ ସ୍କୁଲ ଅଫ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।

(କେନ୍ୟୁଜ ବ୍ୟୁରୋ): ଇଶା ଅମ୍ବାନୀ ଜଣେ ପ୍ରତିଷ୍ଠିତ ମହିଳା ଭାବେ ବେଶ ପରିଚିତ । ବ୍ୟବସାୟିକ ଦୃଷ୍ଟିରୁ ଇଶା ଅମ୍ବାନୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ । ଇଶା ଅମ୍ବାନୀ ୨୦୦୮ ମସିହାରେ ମାତ୍ର ୧୬ ବର୍ଷ ବୟସରେ ସର୍ବକନିଷ୍ଠ କୋଟିପତି ବୋଲି ଜଣା ପଡ଼ିଥିଲେ । ୨୦୦୮ ମସିହାରେ ଇଶା ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ଉପହାର ସ୍ୱରୂପ ୮୦ ମିଲିୟନ ଡଲାର ଅର୍ଥାତ ୬୩୦ କୋଟି ଟଙ୍କା ମିଳିଥିଲା, ଯାହା ଫୋର୍ବସ୍ ଧନୀ ଉତ୍ତରାଧିକାରୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଇଶା ଅମ୍ବାନୀଙ୍କ ଶିକ୍ଷା ଏବଂ ସମ୍ପତ୍ତି ବିଷୟରେ ପ୍ରାୟତଃ କେହି ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ଇଶା ଅମ୍ବାନୀଙ୍କ ଶିକ୍ଷା ଏବଂ ଜୀବନଶୈଳୀ ସଂପର୍କରେ ।

ଇଶା ଅମ୍ବାନୀଙ୍କ ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇର ଧୀରୁଭାଇ ଅମ୍ବାନୀ ସ୍କୁଲରୁ ଆରମ୍ଭ ହୋଇଥିଲା । ସେ ୟେଲ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୧୮ ମସିହାରେ ଏମବିଏରେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ବିଜନେସ ସ୍କୁଲ ଅଫ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।
ସେ ଜଣେ ଶିକ୍ଷିତ ମହିଳା ଭାବେ ରିଲାଏନ୍ସର ଦୁଇଟି ସହାୟକ କମ୍ପାନୀ ଯଥା, ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲର କମ୍ପାନୀର ପରିଚାଳା କରୁଥିବା ଜଣା ପଡ଼ିଛି । ଏହା ବ୍ୟତୀତ ଜିଓ ୱାର୍ଲ୍ଡ ସେଣ୍ଟର ଏବଂ ସର ଏଚ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ମଧ୍ୟ ସେ ପରିଚାଳନା କରୁଛନ୍ତି ।

ଇଶା ଅମ୍ବାନୀ ତାଙ୍କ ଜୀବନଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ସେ ଅନେକ ସମୟରେ ଦାମୀ ଡିଜାଇନର ଡ୍ରେସ ଏବଂ ଅଳଙ୍କାରକୁ ନେଇ ମଧ୍ୟ ଆଲୋଚନାର ପାତ୍ର ହୁଅନ୍ତି । ତାଙ୍କ ପାଖରେ ଦାମୀ ଦାମୀ ଘଣ୍ଟା ଏବଂ ହ୍ୟାଣ୍ଡବ୍ୟାଗର ସଂଗ୍ରହ ମଧ୍ୟ ରହିଛି । ମୁକେଶ ଅମ୍ବାନୀ ଇଶାଙ୍କ ବିବାହରେ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୧୦୦ ମିଲିଅନ ଡଲାର ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଇସା ପିରାମଲ ଅମ୍ବାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.