ଏମକେସିଜି ମେଡକାଲରେ ମାଓ ନେତା ସବ୍ୟସାଚୀ ପଣ୍ଡା: ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ ପଣ୍ଡା। କାନରେ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସବ୍ୟସାଚୀ। ଦୀର୍ଘ ୮ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲରେ ବନ୍ଦୀ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ଇଏନଟି ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏମକେସିଜିରେ ଗୋଟିଏ ସେକସନ ପୁଲିସ କର୍ମଚାରୀ ଜଗି ରହିଛନ୍ତି। ପୂର୍ବରୁ ସବ୍ୟସାଚୀଙ୍କ କାନ ଓ ଦାନ୍ତ ଯନ୍ତ୍ରଣା ହେବାରୁ ସେ ଜେଲ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ। ଅସ୍ତ୍ରୋପଚାର ନେଇ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ବୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ମେଡିକାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.