ଚାହୁଁ ଚାହୁଁ ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ, ପାଳିତ ହେଲା ସହିଦ ମନୋଜ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ନିଆଳି: ପୁଲୱାମା ଆକ୍ରମଣକୁ ଚାହୁଁ ଚାହୁଁ ବର୍ଷେ ପୂରଣ ହୋଇଗଲା। ଓଡିଶାର କଟକ ଜିଲ୍ଲା ନିଆଳି ଥାନା ରତନପୁର ବୀର ଯବାନ ମନୋଜ ବେହେରା ଯିଏ ଏହି ଆକ୍ରମଣରେ ସହିଦ ହୋଇଥିଲେ । ଆଜି ସହିଦ ମନୋଜ ବେହେରାଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହାସହ ସହିଦ୍ ମନୋଜ ବେହେରାଙ୍କ ଘରେ ସିଆରପିଏଫ୍ ଡିଆଇଜି , ସିଆରପିଏଫ୍ ଡିଆଇଜି ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହାସହ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ଯକ୍ରମର ବ୍ଯବସ୍ଥା ଗ୍ରହଣ କରାଯାଇଛି ।