Below header

ଶସ୍ତା ହେଲା Samsung galaxy S10 ସିରିଜ ଫୋନ୍‌, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

ଆପଣ ଫୋନ କିଣିବାକୁ ଚାହୁଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର। ସାମସଙ୍ଗ ନିଜର ଲୋକପ୍ରିୟ ସିରିଜ galaxy S10 ର ସମସ୍ତ ଫୋନର ମୂଲ୍ୟ ହ୍ରାସ କରିଛି। galaxy S10, galaxy S10 +, galaxy S10e ଗତବର୍ଷ ମାର୍କେଟରେ ଲଞ୍ଚ ହୋଇଥିଲା। ଏହାର ମୂଲ୍ୟ ସବୁବେଳେ ଅଧିକ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ହ୍ରାସ କରାଯାଇଛି।

Samsung galaxy S10 ମୂଲ୍ୟରେ ପାଖାପାଖି ୧୬,୧୦୦ ଟଙ୍କା ହ୍ରାସ୍‌ କରିଛି। ଏବେ ଏହି ଫୋନ ଗ୍ରାହକଙ୍କୁ ୭୧,୦୦୦ ପରିବର୍ତ୍ତେ ୫୪,୯୦୦ ଟଙ୍କାରେ ମିଳିପାରିବ। ଏହି ଫୋନରେ ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ମଧ୍ୟ ରହିବ। ଏଥିରେ ଡୁଆଲ ସିମ୍‌ ସହିତ ଆଣ୍ଡ୍ରଏଡ ପାଇ ୯.୦ ରହିଛି। ଏହି ଫୋନରେ ୬.୧ ଇଞ୍ଚ କ୍ୱାଡ ଡାଇନୋମିକ ଏମୋଲେଡ ଇନଫିନିଟ୍‌ ଓ ଡିସପ୍ଲେ ରହିଛି।

galaxy

ସେହିଭଳି Samsung galaxy S10e + ରେ ୮ ହଜାର ଟଙ୍କା ହ୍ରାସ ଘଟିଛି। ଏହି ଫୋନ ୫୫,୯୦୦ ଟଙ୍କା ପରିବର୍ତ୍ତେ ୪୭,୯୦୦ ଟଙ୍କାରେ ମିଳିବ। ଏହାଛଡା galaxy S10 + ମୂଲ୍ୟରେ ୧୭,୧୦୦ ଟଙ୍କା କମ୍‌ ହୋଇଛି। ଏହି ଫୋନ ଏବେ ୭୯,୦୦୦ ଟଙ୍କା ପରିବର୍ତ୍ତେ ୬୧,୯୦୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ। ଏଥିରେ ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ କ୍ଷମତା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.