ଯୌତୁକରେ ଝିଅ ଦାବି କଲା ନିଜ ଓଜନ ସମାନ ବହି, ଜାଣନ୍ତୁ ଇଛାକୁ କେମିତି ପୂରଣ କଲେ ବାପା
ଝିଅକୁ ଶାଶୁ ଘରକୁ ବିଦା କରିବା ସମୟରେ ଲୋକମାନେ ନିଜର ଅଲିଅଳି ଝିଅକୁ ଉପହାରରେ ଗହଣା, କପଡା, ଗାଡି ଏବଂ ନଗଦ ଟଙ୍କା ଦେଇଥାନ୍ତି। କିନ୍ତୁ ଗୁଜୁରାଟର ରାଜକୋଟରେ ଜଣେ ପିତା ଗତ ଗୁରୁବାର ଦିନ ନିଜ ଝିଅର ବିବାହରେ ଝିଅର ଓଜନ ସମାନ ୨୨୦୦ ବହି ଦେଇ ଝିଅକୁ ବିଦା କରିଛନ୍ତି।
ସୂଚନା ମୁତାବକ ନାନମଓ୍ଵାରେ ରହୁଥିବା ଶିକ୍ଷକ ହରଦେବ ସିଂହ ଜାଡେଜା ଙ୍କ ଝିଅ କିନ୍ନରୀଙ୍କୁ ପିଲାବେଳୁ ହିଁ ବହି ପଢିିବାର ସୌକ୍ ରହିଛି। ତାଙ୍କ ଘରେ ୫୦୦ ବହିର ଲାଇବ୍ରେରୀ ରହିଛି। ଯେତେବେଳେ କିନ୍ନରୀଙ୍କ ବିବାହ ଭଡୋଦରାର ଇଂଞ୍ଜିନିୟର ପୂର୍ବଜିତ୍ ସିଂହଙ୍କ ସହ ଠିକ୍ ହେବା ପରେ ସେ ତାଙ୍କ ପିତାଙ୍କୁ ବିବାହରେ ନିଜ ଓଜନର ବହି ଗିଫ୍ଟ ଦେଲେ ତାଙ୍କୁ ଭଲ ଲାଗିବ ବୋଲି ସେ କହିଥିଲେ। ଝିଅର ଏହି କଥା ଶୁଣିବା ପରେ ପିତା ହରଦେବ ଇଛା ପୂରଣ କରିବା ପାଇଁ ସ୍ଥିର କରିଥିଲେ।
ବହି ଏକତ୍ରିତ କରିବା ପାଇଁ ଲାଗିଥିଲା ୬ମାସ:
ହରଦେବ ସିଂହ ପ୍ରଥମେ ଝିଅର ଯେଉଁ ବହି ପ୍ରିୟ ତାର ଏକ ଲିଷ୍ଟ ପ୍ରସ୍ତୁତ କରିଥିଲେ। ଏହାପରେ ୬ମାସ ପର୍ଯ୍ୟନ୍ତ ଦିଲ୍ଲୀ, କାଶୀ ଏବଂ ବେଙ୍ଗାଲୁର୍ ସମେତ ଅନେକ ସହରରୁ ବହି ଏକତ୍ରିତ କରିଥିଲେ। ଏହି ବହି ମଧ୍ୟରେ ମହର୍ଷି ବେଦ ବ୍ୟାସଙ୍କ ଠାରୁ ଆରମ୍ଭ କରି ଆଧୁନିକ ଲେଖକଙ୍କ ଇଂରାଜୀ, ହିନ୍ଦୀ ଏବଂ ଗୁଜୁରାତି ଭାଷାର ବହି ରହିଛି। ଏହାବ୍ୟତୀତ କୋରାନ, ବାଇବେଲ୍ ସମେତ ୧୮ଟି ପୁରାଣ ମଧ୍ୟ ରହିଛି। ପିତା ହରଦେବ ସିଂହ କହିବାନୁଯାୟୀ ଝିଅ ବିଦା ହେବା ସହ ଏହିି ସବୁ ବହିକୁ ମଧ୍ୟ ଗାଡିରେ ଭର୍ତ୍ତି କରାଯାଇ ବିଦା କରାଯାଇଛି।