ରୋମାନିଆର ଲୋକଙ୍କୁ ଘାରୁଛି ଡ୍ରାକୁଲା ଶୈତାନ୍‌ର ଭୟ, ବର୍ତ୍ତିବା ପାଇଁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି ରସୁଣ

ଆପଣ କୌଣସି କାହାଣୀ କିମ୍ବା ଫିଲ୍ମରେ ରକ୍ତ ପିଉଥିବା ଶୈତାନ୍‌ ବା ଡ୍ରାକୁଲା ବିଷୟରେ ପଢ଼ିଥିବେ। ଏମାନଙ୍କୁ କେହି ଦେଖିନାହାନ୍ତି, କାରଣ, ଏମାନେ କାଳ୍ପନିକ। କିନ୍ତୁ ରୋମାନିଆର ଲୋକେ ଏହି ଦୁଷ୍ଟ ଆତ୍ମାଙ୍କୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସେମାନେ ରସୁଣକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି।

d1

ରୋମାନିଆର ଲୋକକଥାରେ ରସୁଣର ମହତ୍ତ୍ୱ ଅଧିକ ରହିଛି। ବିଶ୍ୱାସ କରାଯାଏ, ଏହାକୁ ଉପଯୋଗ କରି ଦୁଷ୍ଟ ଆତ୍ମାମାନଙ୍କ ଛାଇରୁ ନିଜକୁ ରକ୍ଷା କରାଯାଇପାରେ। ପୂର୍ବ ୟୁରୋପରେ ଅନେକ ଭୂତପ୍ରେତ ସ୍ଥାନ ରହିଛି। ସେଠାକାର ଲୋକଙ୍କ କହିବା ହେଲା, ଯଦି ଘରେ କୌଣସି ପ୍ରକାର କିଛି ଅସୁବିଧା ହେଉଛି, ତା’ହେଲେ ପାଖରେ ରସୁଣ ରଖିବା ଉଚିତ। ଏହାଦ୍ୱାରା ସବୁ ସମସ୍ୟା ଦୂର ହୋଇଯାଇଥାଏ। ଏଥିପାଇଁ ଏଠାରେ ଲୋକେ ମୁଖ୍ୟ କବାଟରେ ବି ରସୁଣ ମାଳା ଟଙ୍ଗାଇ ଥାଆନ୍ତି।

d3

କେବଳ ଏତିକି ନୁହେଁ, ଚାଷୀ ନିଜ ଗାଈକୁ ଦୁଷ୍ଟ ଆତ୍ମାମାନଙ୍କ କବଳରୁ ରକ୍ଷା କରିବା ପାଇଁ ବି ସେମାନଙ୍କ ଶିଙ୍ଗରେ ରସୁଣ ଲେପ ଲଗାଇଥାଏ। ଲୋକବିଶ୍ୱାସ ଅନୁସାରେ, ଏହି ଦୁଷ୍ଟ ଆତ୍ମାସବୁ ସ୍ତନପାନ କରୁଥିବା ମା’ ଏବଂ ଗାଈ କ୍ଷୀର ପିଇଯାଆନ୍ତି।

d44

ରସୁଣର ଉପକାରୀ ଗୁଣ ପାଇଁ ରୋମାନିଆରେ ଅଧିକ ମାତ୍ରାରେ ରସୁଣ ଚାଷ କରାଯାଇଥାଏ। ଏଠାକାର ବୋଟୋସାନି ଅଞ୍ଚଳରେ ପାଖାପାଖି ୪୦ ପ୍ରତିଶତ ଲୋକ ରସୁଣ ଚାଷ କରିଥାଆନ୍ତି। କୋପଲାଉ ଅଞ୍ଚଳରେ ବି ଉତ୍ପାଦନ ହେଉଥିବା ରସୁଣ ବିଶ୍ୱରେ ବେଶ୍‌ ପ୍ରସିଦ୍ଧ।

d6

ତେବେ ଊନବିଂଶ ଶତାବ୍ଦୀରେ ଏଠାରେ ଲୋକଙ୍କ ମଧ୍ୟରେ ଡ୍ରାକୁଲା ଶୈତାନ୍‌କୁ ନେଇ ଡର ପଶିଥିଲା। ପୂର୍ବ ୟୁରୋପର ଟ୍ରାନ୍ସିଲବେନିଆ ଅଞ୍ଚଳରୁ ଏହା ବ୍ୟାପିଥିଲା। ଏହାକୁ ନେଇ ସେତେବେଳର ରାଜା ବ୍ଲାଡ୍‌ ଟେପେସ୍‌ଙ୍କ ଉପରେ ଏକ ଐତିହାସିକ ପୁସ୍ତକ ଲେଖାଯାଇଥିଲା। ଏଥିରେ ବ୍ରାମ୍‌ ଷ୍ଟୋକର ରାଜାଙ୍କ ବାପା ବ୍ଲାଡ୍‌ ଡ୍ରାକୁଲଙ୍କୁ ଡ୍ରାକୁଲା ରୂପରେ ଦର୍ଶାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.