ହଠାତ୍ ବନ୍ଦରକୁ ପଶିଆସିଲେ ସିଂହ ପରିବାର, ଆଉ ତା’ ପରେ
![lion](https://knewsodisha.com/wp-content/uploads/2020/02/lion.jpg)
ଅନେକ ଥର ଆପଣମାନେ ଦେଖିଥିବେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ହଠାତ୍ ଜନବସ୍ତିକୁ ପଶିଆସନ୍ତି। ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ନେଇ ଅନେକ ପୋଷ୍ଟ ହେଉଥିବା ଦେଖିଥିବେ। ଏମିତି ଏକ ଘଟଣା ଗୁଜୁରାଟର ଅମରେଲୀରେ ଦେଖିବାକୁ ମିଳିଛି।
ଏଠାରେ ଗିରି ଜଙ୍ଗଲରୁ ଅନେକ ସିଂ ଅମରେଲୀ ସ୍ଥିତ ପିପାଭାଓ ପୋର୍ଟରେ ପହଞ୍ଚିଯାଇଥିଲେ। ସଂପୂର୍ଣ୍ଣ ପରିବାର ବନ୍ଦରରେ ପଶିବା ପରେ ସମଗ୍ର ବନ୍ଦର ବୁଲିଥିଲେ। ସିଂହ, ସିଂହି ଏବଂ ତାର ଦୁଇଟି ଛୁଆ ମଧ୍ୟ ଏଠାକୁ ଆସିଯାଇଥିଲେ। ସିଂହ ସବୁ ବନ୍ଦରକୁ ଆସିଯିବା ପରେ ପରେ ବନ୍ଦରରେ ଭୟର ବାତାବରଣ ଦେଖାଦେଇଥିଲା। ଏହି ବନ୍ଦରକୁ ଲାଗି ଜଙ୍ଗଲ ରହିଥିବା ଯୋଗୁଁ ସିଂହମାନେ ଏଠାକୁ ଚାଲିଆସିଥିଲେ।