୧୫ ଦିନରେ ଭାରତ ସମେତ ଜାଣନ୍ତୁ କେଉଁ ଦେଶରେ କେତେ ଲୋକ ହୋଇଛନ୍ତି ଶିକାର

ଚୀନର ଉହାନ ସହରରେ ଜନ୍ମ ହୋଇଥିବା କରୋନାଭାଇରସ ଏବେ ଦୁନିଆରେ ୨୯ଟି ଦେଶରେ ନିଜ କାୟା ବିସ୍ତାର କରିସାରିଲାଣି। ଦିନକୁ ଦିନ ସମୟ ସହିତ ଏହି ଭାଇରସ୍‌ ଆହୁରି ବିକଟାଳ ରୂପ ଧାରଣ କରୁଛି। ଖାସ୍‌ କରି ଏହି ଭାଇରସ ପାଇଁ ଚୀନରେ ଲଗାତାର ମୃତ୍ୟୁସଂଖ୍ୟା ଦିନକୁ ଶହେରୁ ଅଧିକ ବଢ଼ୁଛି। ଗତ ବୁଧବାରରେ ହିଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ୨୪୨ ଲୋକ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ମଙ୍ଗଳବାର ତୁଳନାରେ ଦୁଇଗୁଣା ଅଟେ।

ରିପୋର୍ଟ ଅନୁଯାୟୀ ଚୀନରେ କରୋନା ଭାଇରସର ଏପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ଲୋକଙ୍କ ଜୀବନ ଦୀପ ଲିଭାଇ ସାରିଲାଣି।
କେବଳ ଉହାନ ସହରରେ ହିଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ପ୍ରାୟ ୧୪,୮୦୦ ନୂଆ ଲୋକଙ୍କ ଠାରେ ପଜିଟିଭ୍‌ ଆସିଛି। ଯଦି ପୂରା ଚୀନ କଥା କହିବା ତେବେ ଏହି ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦ ହଜାର ରୁ ଅଧିକ ହୋଇସାରିଲାଣି।

koronaହଂକଂଗର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଏହି ଭାଇରସକୁ କାବୁ କରାଯାଇପାରିବନାହିଁ ତେବେ ଏହି ଭାଇରସ ସାରା ଦୁନିଆର ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକଙ୍କୁ ନିଜର ଶିକାର ବନାଇବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଚୀନ ବ୍ୟତୀତ ଅନ୍ୟ ଦେଶରେ ପ୍ରଥମ ଥର ପାଇଁ ଏହି ମାମଲା ୨୧ ଜାନୁଆରୀ ୨୦୨୦ରେ ଦେଖିବାକୁ ମିଳିଥିଲା। ତାହା ପୁଣି ଗୋଟିଏ ଦିନରେ ଚାରି ଚାରିଟି ଦେଶରେ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶରେ କେବେ କେବେ ପହଁଚିଲା କରୋନା ଭାଇରସ।

india

  • ୨୧ ଜାନୁଆରୀ – ଜାପାନ, ତାଇଓ୍ଵାନ, ଥାଲାଣ୍ଡ, ଆମେରିକା
  • ୨୨ ଜାନୁଆରୀ – ମକାଉ, ଦକ୍ଷିଣ କୋରିଆ
  • ୨୩ ଜାନୁଆରୀ – ହଂକଂଗ, ସିଙ୍ଗାପୁର, ଭିଏତନାମ
  • ୨୪ ଜାନୁଆରୀ – ଫ୍ରାନ୍ସ
  • ୨୫ ଜାନୁଆରୀ – ମାଲେସିୟା, ନେପାଳ
  • ୨୬ ଜାନୁଆରୀ – ଅଷ୍ଟ୍ରେଲିୟା, ଜର୍ମାନୀ, ଶ୍ରୀଲଙ୍କା
  • ୨୭ ଜାନୁଆରୀ – କମ୍ବୋଡିଆ, ଜର୍ମାନୀ, ଶ୍ରୀଲଙ୍କା
  • ୨୯ ଜାନୁଆରୀ -ଫିନଲାଣ୍ଡ, ୟୂଏଇ
  • ୩୦ ଜାନୁଆରୀ – ଭାରତ, ଫିଲିପିନ୍ସ
  • ୩୧ ଜାନୁଆରୀ – ଇଟାଲୀ, ସ୍ୱିଡେନ, ୟୁକେ
  • ୧ ଫେବ୍ରୁଆରୀ – ସ୍ପେନ
  • ୪ ଫେବ୍ରୁଆରୀ – ବେଲଜିୟମ

karonaପ୍ରାୟ ୨୫ଟି ଦେଶରୁ କରୋନା ଭାଇରସର ସୂଚନା ମିଳିଛି। ସେହିପରି ଚୀନର ବାହାରେ ମୃତକଙ୍କ ସଂଖ୍ୟା ଦୁଇ ଥିବା ଜଣାପଡିଛି। ହଂଗକଂଗରେ ଜଣେ ଏବଂ ଫିଲିପିନ୍ସରେ ଜଣେ।

ଭିଏତନାମରେ ୧୦ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି। ସେହିପରି ଇଂଲଣ୍ଡରେ ୯ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଣାଇଛନ୍ତି ଯେ ଏକ କ୍ରୁଜ୍‌ ସିପରେ ୪୪ ଜଣଙ୍କୁ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି, ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାରତୀୟ ମଧ୍ୟ ଅଛନ୍ତି। କ୍ରୁଜ୍‌ ସିପ ଡାଇମଣ୍ଡ ପ୍ରିନସେସ୍‌ରେ ଥିବା ୨୧୮ ଜଣ ଯାତ୍ରୀ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି।