ଆଜି ଓଡ଼ିଶା ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ମରଶରୀର, ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି

ତାଳଚେର(କେନ୍ଯୁଜ୍): ଆଜି ଓଡ଼ିଶା ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ମରଶରୀର । ଗାଁ ମାଟି ତାଳଚେର କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବ ବୋଲି ଜଣାପଡିଛି ।

ଗତକାଲି ରାଣାଙ୍କ ପତ୍ନୀ ଶିବାଙ୍ଗୀ ଓ ଦେଢ଼ ବର୍ଷର ପୁଅ ଗୟାରୁ ଆସି ତାଳଚେରରେ ପହଞ୍ଚିଛନ୍ତି । ସିଡିଏସ ବିପିନ ରାୱତଙ୍କ ସହ ଶେଷ ମୁହୁର୍ତ୍ତରେ ସାଥିରେ ଥିଲେ ଓଡ଼ିଆ ଯବାନ। ବାୟୁସେନାରେ ଜୁନିଅର ଓ୍ଵାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ରାଣାପ୍ରତାପ ଦାସ । ସିଡିଏସଙ୍କ ସହ ଚପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଣା। ଖବର ଜଣାପଡ଼ିବା ପରେ ଗାଁରେ ଶୋକ ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.