ଖାଁ ଖାଁ ତିହିଡିର ସର୍ବପୁରାତନ ଖାଙ୍କି ହାଟ : ଗଦା ହୋଇଛି ଟନ୍ ଟନ୍ ଶୁଖୁଆ, କିଣିବାକୁ ଆସୁନାହାନ୍ତି ବେପାରୀ

ଚାନ୍ଦବାଲି(କେନ୍ୟୁଜ୍‌) : ଆମିଷାଶୀଙ୍କୁ ଶୁଖୁଆ ନାଁ କହିଲେ ପାଟିରୁ ଲାଳ ଆସିଯାଏ । ସେ ଅଲଣା ହେଉ ବା ଲୁଣିଆ । ପଖାଳ ସାଙ୍ଗକୁ ଶୁଖୁଆର ମଜା ବଡ଼ ନିଆରା ।ଏଥିପାଇଁ ଦେଶ ବିଦେଶ ସବୁଠି ଶୁଖୁଆର ଆଦର ।

ଶୁଖୁଆ ପାଇଁ ପରିଚିତ ଭଦ୍ରକ ଜିଲ୍ଲା ତିହିଡିର ସର୍ବପୁରାତନ ଖାଙ୍କି ହାଟ ଏବେ ଖାଁ ଖାଁ । ଓଡ଼ିଶାର କୋଣ ଅନୁକୋଣରୁ ଶୁଖୁଆ ପାଇଁ ଲୋକେ ଆସିଥାନ୍ତି ଏହି ହାଟକୁ । ଶୁଖୁଆ ପାଇଁ ଏହି ହାଟ କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ମଧ୍ୟ ବେଶ ପରିଚିତ । ହେଲେ ହାଟକୁ ଆ

sukhua-2

ଉ ଆଗଭଳି ବେପାରୀ ଆସୁନାହାନ୍ତି । ପାଖାପାଖି ୧୦ ବର୍ଷ ହେବ ଆଉ ଆଗପରି ବେପାର ନାହିଁ ଏଠାରେ ।

ହାଟରେ ଗଦା ହୋଇ ରହିଛି ଟନ୍ ଟନ୍ ଶୁଖୁଆ । ଛୋଟରୁ ବଡ ବିଭିନ୍ନ କିସମର ଶୁଖୁଆ । କିନ୍ତୁ ଶୁଖୁଆ କିଣିବାକୁ ଆସୁନାହାନ୍ତି ବେପାରୀ । ହାତ ଜାକି ବସିଛନ୍ତି ବେପାରୀ । ଭଦ୍ରକ ଜିଲ୍ଲା ତିହିଡିର ସର୍ବପୁରାତନ ଖାଙ୍କି ହାଟ ଏବେ ଖାଁ ଖାଁ ।

ଶୁଖୁଆ ବ୍ୟବସାୟୀ ଧାମରା, ଚନ୍ଦନିପାଳ, ବାଲେଶ୍ୱର ବଳରାମଗଡ଼ି ଆଦି ଅଞ୍ଚଳରୁ ମାଛ ଆଣି ଏଠାରେ ଶୁଖୁଆ କରି ବେପାର କରିଥାନ୍ତି । ଭଦ୍ରକ ଆର୍‌ଏମ୍ସି ହାଟର ଦାୟିତ୍ୱ ନେବା ପରେ ସମସ୍ୟା ବଢିଛି ବୋଲି ବ୍ୟବସାୟୀ ଅଭିଯୋଗ କରିଛନ୍ତି ।

sukhua-1

ଦିନ ଥିଲା ରାଜ୍ୟ ତଥା ରାଜ୍ୟ ବାହାରକୁ ଟନ୍ ଟନ୍ ଶୁଖୁଆ ଖାଙ୍କି ହାଟରୁ ରପ୍ତାନୀ ହେଉଥିଲା । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବଡ ବଡ ଟ୍ରକ ଲାଗୁଥିଲା ହାଟରେ । ରାଜ୍ୟର ବିଭିନ୍ନ ସ୍ଥାନ ସହ ପଞ୍ଚିମବଙ୍ଗ ଓ ଆନ୍ଧ୍ରକୁ ମଧ୍ୟ ରପ୍ତାନୀ ହେଉଥିଲା ଶୁଖୁଆ । ଆଗଭଳି ଆଉ ଏ ହାଟର ଚାହିଦା ନାହିଁ ।ହାଟଟି ପୂର୍ବ ଅବସ୍ଥାକୁ କିପରି ଫେରିପାରିବ ଏନେଇ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ବ୍ୟବସାୟୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.