ବାହାରିଲା ଟିକ୍‌ଟକ୍‌ର ବିକଳ୍ପ, କୋଟିଏରୁ ଊର୍ଦ୍ଧ୍ୱ ଲୋକ ଲୋଡ୍‌ କରିସାରିଲେଣି ଏହି ଦେଶୀ ଆପ୍‌

ଚୀନ୍‌ର ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ମାତ୍‌ ଦେବା ପାଇଁ ନିର୍ମିତ ହୋଇଥିବା ଆପ୍‌ ମିତ୍ରୋ ଲଞ୍ଚ୍‌ ହେବାର ଦୁଇ ମାସ ଭିତରେ ହିଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ବ୍ୟତୀତ ଚିଙ୍ଗାରୀ ଆପ୍‌ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ମିତ୍ରୋ ଆପ୍‌କୁ ଏବେ ପ୍ରାୟତଃ କୋଟିଏରୁ ଊର୍ଦ୍ଧ୍ୱ ଲୋକ ଡାଉନ୍‌ଲୋଡ୍‌ କରିସାରିଲେଣି। ଚୀନ୍‌ ଦ୍ରବ୍ୟକୁ ବହିଷ୍କାର କରିବା ପାଇଁ ଅପିଲ ହେବା ପରେ ଲୋକଙ୍କ ମଧ୍ୟରେ ମିତ୍ରୋ ଓ ଚିଙ୍ଗାରୀ ଲୋକପ୍ରିୟ ହୋଇଛି।

Mitron, India's so-called 'TikTok', banned from Google Play store ...

ଏହି ଆପ୍‌କୁ ପୂର୍ବରୁ ପାକିସ୍ତାନୀ ଆପ୍‌ ବୋଲି କୁହାଯାଉଥିଲେ ମଧ୍ୟ ଏନେଇ ଏହାର ସହ-ସଂସ୍ଥାପକ ଶିବାଙ୍କ ଅଗ୍ରଓ୍ଵାଲ ଓ ଅନୀଶ ଖଣ୍ଡେଲଓ୍ଵାଲ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ଭୋକାଲ ଫର ଲୋକାଲରେ ସେ କାମ କରୁଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ସେମାନେ ତିଆରି କରିଥିବା କହିଛନ୍ତି। ତେବେ ପୂର୍ବରୁ ପ୍ଲେ-ଷ୍ଟୋର ଏହାକୁ ହଟାଇଥିବା ବେଳେ ପୁଣିଥରେ ପ୍ରାଇଭେସୀରେ କିଛିଟା ପରିବର୍ତ୍ତନ ପରେ ଏହାକୁ ପ୍ଲେ-ଷ୍ଟୋରରେ ଆଡ୍‌ କରାଯାଇଛି। ପ୍ଲେ-ଷ୍ଟୋରରେ ଏହି ଆପ୍‌କୁ ୫ରୁ ୪.୫ ରେଟିଂ ମିଳିଛି।

TikTok rival Chingari founder says the app got 100,000 downloads ...

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଲୋକଙ୍କ ମଧ୍ୟରେ ଚିଙ୍ଗାରୀ ଆପ୍‌ ମଧ୍ୟ ଖୁବ୍‌ ଲୋକପ୍ରିୟ ହୋଇଛି। ମାତ୍ର ୧୫ ଦିନରେ ଏହି ଆପ୍‌କୁ ୧ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଲୋକ ଲୋଡ୍‌ କରିସାରିଲେଣି। ଏସବୁ ଆକଳନକୁ ଦେଖିଲେ ବୁଝାପଡ଼ୁଛି ଯେ ଟିକ୍‌ଟକ୍‌ ପରେ ବି ଲୋକଙ୍କ ନିକଟରେ ମନୋରଞ୍ଜନ ପାଇଁ ଆପ୍‌ ଉପଲବ୍ଧ ରହିଛି। ଚିଙ୍ଗାରୀ ଓ ମିତ୍ରୋ ଆଦି ସ୍ୱଦେଶୀ ଆପ୍‌ରେ ସାଙ୍ଗଙ୍କ ସହ ଚାଟ୍‌, କଣ୍ଟାକ୍ଟ ସେୟାରିଂ ଓ କୋଡ୍‌ ମାଧ୍ୟମରେ ବ୍ରାଉଜିଂ ସୁବିଧା ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.