କରୋନା ଯୋଦ୍ଧାଙ୍କ ଅକାଳ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତର ଭେଟିନାଥଦେବ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମ୍‌ସିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭେଟେଶ୍ବର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିବା ରମେଶ ଚନ୍ଦ୍ର ଭୋଳଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ହୃଦଘାତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଥିବା ବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିଲେ ତାଙ୍କର ମୃତ୍ୟର କାରଣ ସ୍ପଷ୍ଟ ରୂପେ ଜଣାପଡିବ। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି ।

ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଶ୍ରୀ ଭୋଳ କରୋନା ଯୁଦ୍ଧରେ ସାମିଲ୍‌ ହୋଇଥିଲେ। ସ୍ଥାନୀୟ ଟିଏମ୍‌ସିରେ ସେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ମେଳାପୀ ତଥା ପରୋପକାରୀ ଶ୍ରୀ ଭୋଳଙ୍କ ଅଚାନକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ହୋଇଛି। ବାଁଳୋଇ ଗ୍ରାମ ନିବାସୀ ଶ୍ରୀଭୋଳଙ୍କ ଦୁଇ ପୁତ୍ର ସନ୍ତାନ ଓ ସ୍ତ୍ରୀ ରହିଛନ୍ତି। ତେବେ ସେ ବାଣପୁରର କରଞ୍ଜ ସାହି ନିକଟରେ ବହୁ ଦିନ ଧରି ଅବସ୍ଥାନ କରୁଥିଲେ।

ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ନେତା ଥିବା ଶ୍ରୀ ଭୋଳ ଶିକ୍ଷକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରି ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହେବା ସହ ଆସିଷ୍ଟାଣ୍ଟ ଏନସିସି ଅଫିସର ରୂପେ ମଧ୍ୟ କାର୍ଯ୍ୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.