ସମର୍ଥ ଅଗ୍ରୱାଲ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିନ ରିକ୍ରିଏସନ କରିବ ପୋଲିସ

ଝାରସୁଗୁଡ଼ା ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଅଭିଯୁକ୍ତଙ୍କଠାରୁ ଅଧିକ ତଥ୍ୟ ଉଗାରିବା ସହ କ୍ରାଇମ ସିନ ରିକ୍ରିଏସନ କରାଯିବ । ଏହି ଅପହରଣ ଓ ହତ୍ୟା ମାମଲାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ? ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ କ'ଣ? ସେନେଇ ତଦନ୍ତ କରାଯିବ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ରିମାଣ୍ଡରେ ନେବା ପାଇଁ SDJM କୋର୍ଟରେ ଆବେଦନ କରାଯାଇଥିଲା । ଉଭୟଙ୍କୁ ତିନି ଦିନିଆ ରିମାଣ୍ଡ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କଠାରୁ ଅଧିକ ତଥ୍ୟ ଉଗାରିବ ପୋଲିସ । କ୍ରାଇମ ସିନ ରିକ୍ରିଏସନ କରାଯିବ । ଏହି ଅପହରଣ ଓ ହତ୍ୟା ମାମଲାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ? ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ କ’ଣ? ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଗତ ୨୭ ତାରିଖ ଅପରାହ୍ନରେ ଖେଳିବାକୁ ଯାଇ ସରବାହାଲର ୧୦ମ ଶ୍ରେଣୀ ଛାତ୍ର ସମର୍ଥ ନିଖୋଜ ଥିଲେ। ସ୍କୁଟିରେ ଘରୁ ଯିବା ପରେ ଆଉ ଫେରି ନଥିଲେ । ୨୮ତାରିଖ ସକାଳେ ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଖୁଣ୍ଟୁଲିପାଲି ବିଦ୍ୟୁତ ଗ୍ରୀଡ଼ ପାଖରୁ ଅର୍ଦ୍ଧଦଗ୍ଘ ମୃତଦେହ ଉଦ୍ଧାର ହୋଇଥିଲା। ସମର୍ଥଙ୍କୁ ମୁକ୍ତି ପାଇଁ ୫୦ ଲକ୍ଷ ଟଙ୍କା ଦେବାକୁ ଫୋନରେ ପରିବାର ଲୋକଙ୍କୁ ମାଗିଥିଲେ ଅପହରଣକାରୀ । ୫୦ରୁ ଅଧିକ ସିସିଟିଭି ଯାଞ୍ଚ କରିବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.