ବସ୍ତା ଭିତରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ବସ୍ତା ଭିତରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବେଣାପୁରା ଘାଟ ନିକଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର।

ଜଳେଶ୍ବର (କେନ୍ୟୁଜ): ବସ୍ତା ଭିତରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବେଣାପୁରା ଘାଟ ନିକଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ଆଜି ସକାଳେ ସୁବର୍ଣ୍ଣରେଖା ନଦୀ କୂଳରେ ଅନୁଷ୍ଠିତ ହୋଇଥିବା ରାଜଘାଟ ବାରୁଣୀ ମେଳାକୁ କିଛି ଲୋକେ ବୁଲିବାକୁ ଆସିଥିବା ବେଳେ ଏକ ବସ୍ତାରେ ଭର୍ତ୍ତି ଥିବା କୌଣସି ଏକ ଜିନିଷ ନଦୀରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉକ୍ତ ବସ୍ତାଟିକୁ କୂଳକୁ ଆଣି ଖୋଲିବା ପରେ ତା ଭିତରେ ଏକ ମହିଳାଙ୍କ ମୃତ ଦେହ ଥିବା ଦେଖିବାକୁ ମିଳିଛି ।ତେବେ ଉକ୍ତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ଯା କରି ବସ୍ତାରେ ପୁରାଇ ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଶବ ଜବଦ କରି ବ୍ଯବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like