ଆସନ୍ତା ୨୭ରେ ଲୋକାର୍ପିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ, ନିମନ୍ତ୍ରଣ ଆରମ୍ଭ

ସମ୍ବଲପୁର ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ । ଆସନ୍ତା ୨୭ ତାରିଖରେ ଏହାର ଉଦଘାଟନ ହେବ l ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସମ୍ବଲପୁର ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ । ଆସନ୍ତା ୨୭ ତାରିଖରେ ଏହାର ଉଦଘାଟନ ହେବ l ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ । ଆସନ୍ତା ୨୭ ତାରିଖରେ ଏହାର ଉଦଘାଟନ ହେବ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଆଜି ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକଙ୍କ ସହ କିଛି ପୂଜକ ଭୁବନେଶ୍ୱର ଯାତ୍ରା ଆରମ୍ଭ କରିଛନ୍ତି ।

ଆଜି ସକାଳୁ ମାଁ ଙ୍କ ଠାରେ ନିମନ୍ତ୍ରଣ ପତ୍ରକୁ ପୂଜାର୍ଚନା କରି ସାରିଲା ପରେ ଏହି ପ୍ରତିନିଧି ଦଳ ପାଟଣେଶ୍ୱରୀ ମନ୍ଦିର, ବାଟ ମଙ୍ଗଳା ମନ୍ଦିର, ଦଶମତୀ ଓ ସୋମନାଥ ମନ୍ଦିରରେ ନିମନ୍ତ୍ରଣ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପୂଜକ ଏବଂ ଜଣେ ପ୍ରଶାସନିକ ଅଧିକାରୀ ନିମନ୍ତ୍ରଣ ପାଇଁ ବାହାରିଛନ୍ତି । ସେପଟେ ସମଲେଇ ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନ ରାତି କାମ ଜାରି ରହିଛି । ମନ୍ଦିରର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାରର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ସେହିପରି ଭକ୍ତମାନଙ୍କ ପାଇଁ ମନ୍ଦିର ଭିତରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.