ଆଜି ଉଦଘଟାନ ହେବ ଦଶପଲ୍ଲା ରେଳ ଷ୍ଟେସନ, ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଆଜି ଉଦଘାଟନ ହେବ । ଦିନ ୧୦ଟାରେ ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଏହାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।ତ୍ସବରେ ସାମିଲ ହେବେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ନୟାଗଡ଼ (କେନ୍ୟୁଜ): ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଆଜି ଉଦଘାଟନ ହେବ । ଦିନ ୧୦ଟାରେ ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଏହାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସଜେଇ ହୋଇଛି ଦଶପଲ୍ଲା ଷ୍ଟେସନ୍ । ଉତ୍ସବରେ ସାମିଲ ହେବେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରେଳ ବିଭାଗ ସ୍ଥାନୀୟ ପ୍ରଶାସନ, ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ସହ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ପୂର୍ବରୁ ଏହି ଲାଇନର ନୂଆଗାଁ ପର୍ଯ୍ୟନ୍ତ ଟ୍ରେନ୍ ଚାଲୁଥିବା ବେଳେ ନୂଆଗାଁରୁ ଦଶପଲ୍ଲା ପ୍ରାୟ ୧୫.୫କିଲୋମିଟର । ଦଶପଲ୍ଲାକୁ ଆଜିଠାରୁ ରେଳଚଳାଚଳ ଆରମ୍ଭ ହେବ। ଦଶପଲ୍ଲା ଠାରୁ ପୁରୀ ଏବଂ ଭୁବନେଶ୍ବରକୁ ୪ଟି ଟ୍ରେନ୍ ଚଳାଚଳ କରିବ ଏବଂ ଏହାର ସମୟ ସାରଣୀ ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.