ହକ୍ ମାଗି ମାଗି ଚାଲିଗଲା ଜୀବନ: ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୁତି ପରେ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୁତି ପରେ ମୃତ୍ୟୁ। ଭୀମସାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ସକାଳେ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେଇଥିଲେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର।

ଏକାଡେମିକ କାଉନସିଲ୍‌ ବୈଠକ ଚାଲୁଥିବାବେଳେ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିଲା। କର୍ମଚାରୀ ଜଣକ ୨୫ ବର୍ଷରୁ ଉର୍ଦ୍ଧ୍ୱ ହେବ କାମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ରେଗୁଲାର ହୋଇନଥିବା ବାରମ୍ବାର ଅଭିଯୋଗ କରିଆସୁଥିଲେ ।

ଗତକାଲି ମଧ୍ୟ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ ଚାଲିଥିବାବେଳେ ଅଭିଯୋଗ ଉଠାଇଥିଲେ ।ହେଲେ କୁଳପତି ବିରକ୍ତି ପ୍ରକାଶ କରିଥିଲେ। ଫଳରେ ଦିନବନ୍ଧୁ ଆତ୍ମହୁତି ଉଦ୍ୟମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.