ପୁରୀରେ ଦେଖିପାରିବେ ନିଃଶୁଳ୍କ ବାଲୁକା କଳା, ପୁନଃ ଲୋକାର୍ପିତ ହେଲା ଶିଳ୍ପୀ ମାନସ କୁମାରଙ୍କ ବାଲୁକା ପାର୍କ

ପୁନଃ ଲୋକାର୍ପିତ କରାଯାଇଛି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କଟି । ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସ ପାଇଁ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ୟୁରୋ୍ପିୟାନ ଢାଞ୍ଚାର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି ।

ପୁରୀ(କେନ୍ୟୁଜ): ପୁନଃ ଲୋକାର୍ପିତ କରାଯାଇଛି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କଟି । ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସ ପାଇଁ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ୟୁରୋ୍ପିୟାନ ଢାଞ୍ଚାର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି । ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ। ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି ।

ପ୍ରଥମ ବାଲୁକା କଳାରେ ସୁଦୂର ସହରରୁ ଛୋଟ ପିଲା ଦୁଇଟି ଟାଇମ୍ ମେସିନ୍ ଦ୍ୱାରା ୨୦୭୪ ରୁ ପୁରୀ ବୁଲି ଆସିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରକଳ୍ପକୁ ଦେଖିବାପାଇଁ । ୫୦ ବର୍ଷ ପରେ ପୁରୀ ର ଦୃଶ୍ୟ କେତେ ମନୋହର ହୋଇ ପାରିଛି ତାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି ।

ଦ୍ୱିତୀୟ ବାଲୁକା କଳାରେ ସେ ପରିବେଶ ସୁରକ୍ଷା ଭିତ୍ତିକ ବାଲୁକା କଳା ନିର୍ମାଣ କରି ସେଭ୍ ୱାଟର ର ବାର୍ତ୍ତା ଦେଇ ଏକ ସୁନ୍ଦର ଜଳ ରାଣୀଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଜଳ ବିନା ବଞ୍ଚିବା ଅତ୍ୟନ୍ତ କଠିନ ଜଳ ହିଁ ଜୀବନ। ଜଳ କୁ ନଷ୍ଟ ନ କରି ଜଳକୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତକୁ ସୁଦୃଢ କରନ୍ତୁ ର ବାର୍ତ୍ତା ଦେଇଛନ୍ତି।

ଏହି ସ୍ୟାଣ୍ଡ ଆର୍ଟ ପାର୍କଟି ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କ ଦ୍ଵାରା ଉଦଘାଟିତ ହୋଇଛି। ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସମାଜସେବୀ ଜୟନ୍ତୀ ମହାପାତ୍ର ଏବଂ କେଦାରନାଥ ମହାପାତ୍ର, ସୋମ୍ୟରଞ୍ଜନ ପାତ୍ର ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.