ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ମଧ୍ୟରୁ ମଣ୍ଡାସରୁ କୁଟି ଅନ୍ୟତମ, ଆକର୍ଷିତ କରୁଛି ପ୍ରକୃତିର ସୁନ୍ଦର ଦୃଶ୍ୟ

କନ୍ଧମାଳର ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରୁ ରାଇକିଆର ମଣ୍ଡାସରୁ କୁଟି ଅନ୍ୟତମ । ଉଚ୍ଚ ଗିରି ଶୃଙ୍ଗର ସହିତ ଜଳ ପ୍ରପାତ, ଝରଣାର କୁଳୁ କୁଳୁ ଶବ୍ଦ ଓ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ ସମସ୍ତ ଙ୍କୁ ବିମୋହିତ କରିଦିଏ ।

କନ୍ଧମାଳ(କେନ୍ୟୁଜ) : କୁଳୁକୁଳୁ ଶବ୍ଦରେ ବୋହି ଯାଉଛି ଝରଣା । ସାଙ୍ଗରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ କମ୍ପି ଉଠୁଛି ସମଗ୍ର ପରିବେଶ । ଡିଜିଟାଲ ଦୁନିଆରୁ ଟିକେ ବାହରିଗଲେ ଆମ ଏଇ ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ରହିଛି ତାହା ଆପଣମାନେ ଜାଣି ପାରିବେ । କାରଣ ବର୍ତ୍ତମାନ ଆସିଛି ବଣଭୋଜି ଋତୁ । ଏନେଇ ଲୋକମାନେ ଛୁଟି ନେଇ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ବଣଭୋଜି କରିବା ପାଇଁ ଏଠାକୁ ବାହାରି ପଡ଼ିବେ ।

କନ୍ଧମାଳର ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରୁ ରାଇକିଆର ମଣ୍ଡାସରୁ କୁଟି ଅନ୍ୟତମ । ଉଚ୍ଚ ଗିରି ଶୃଙ୍ଗର ସହିତ ଜଳ ପ୍ରପାତ, ଝରଣାର କୁଳୁ କୁଳୁ ଶବ୍ଦ ଓ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ ସମସ୍ତ ଙ୍କୁ ବିମୋହିତ କରିଦିଏ । ଏହାକୁ ଉପଭୋଗ କରିବା ପାଇଁ ୱାଚ ଟାୱାର, ରାତ୍ରି ଯାପନ ପାଇଁ କୁଟୀର ଓ ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ଏସଏଚଜି ମା ମାନେ ପ୍ରସ୍ତୁତ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା କନ୍ଧମାଳର ମଣ୍ଡାସରୁ କୁଟି ବିଷୟରେ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ମଣ୍ଡାସରୁ କୁଟି ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଫୁଲବାଣୀ ସଦର ମହକୁମା ଠାରୁ ମାତ୍ର ୭୦ କିଲୋମିଟର ଦୂରରେ ପଡେ ରାଇକିଆ । ଏହା ଠାରୁ ମାତ୍ର ୧୦ କି.ମି. ଗଲେ ପଡିବ ମଣ୍ଡାସରୁ କୁଟି । କୁଟି ମାନେ ଆଦିବାସୀ ଭାଷାରେ ଖାଲ, ଯାହା ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏଠାରେ ଶୀତର ଲହରୀ ଖେଳୁଥିବା ବେଳେ ଏବେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି । ଦୁଇ ପାହାଡ଼ ମଧ୍ୟରେ ଝରଣାର କୁଳୁକୁଳୁ ଶବ୍ଦ ମନମୋହି ନେଉଛି । ଏହାକୁ ଦେଖିବା ପାଇଁ ପ୍ରାୟ ୩୦ଫୁଟ ଉଚ୍ଚର ଟାୱାର ଉପରେ ଚଢ଼ି ପର୍ବତ ମାଳାର ପାଦଦେଶକୁ ଉପଭୋଗ କରିବା ପାଇଁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ।

ଏଠାକାର ଚିଲ୍ଡ୍ରେନ୍ ପାର୍କ ସମସ୍ତଙ୍କୁ ଆକର୍ଷିତ କରୁଛି । ପାର୍କ ମଧ୍ୟରେ ରେ ଥିବା ପ୍ରାକୃତିକ ଜଙ୍ଗଲ ଓ ଫୁଲ ବଗିଚା ସହିତ ବଣ ଭୋଜିର ସୁବିଧା ମଧ୍ୟ ରହିଛି । ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଏଠାକାର କାଠରେ ତିଆରି କାଠ ବଙ୍ଗଳା । ଏଠାରେ ଆଠ ଗୋଟି କାଠ ବଙ୍ଗଳା ରହିଛି ପର୍ଯ୍ୟଟକ ମାନଙ୍କ ରାତ୍ରି ଯାପନ ପାଇଁ ସୁବିଧା ରହିଛି । ଏହା ମଧ୍ୟରେ ପଞ୍ଚ ତାରକା ହୋଟେଲର ସୁବିଧା ରହିଛି । ଏହାକୁ ଦେଖିବାକୁ ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଛୁଟି ଆସୁଛନ୍ତି ।

ଓଡ଼ିଶାରେ ପ୍ରଥମ ଏବଂ ଦେଶରେ ୧୩ତମ ଜୈବ ବିବିଧତା ଐତିହାସିକ ସ୍ଥଳୀର ମାନ୍ୟତା ହାସଲ କରିଛି ଏହି ସ୍ଥାନ । ଗାଇଡ ଲାଇନ୍ ଅନୁଯାୟୀ ମଣ୍ଡାସରୁକୁ ରାଜ୍ୟର ପ୍ରଥମ ଜୈବ ବିବିଧତା ଐତିହାସିକ ସ୍ଥଳୀର ମାନ୍ୟତା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.