ୟାକୁ ହିଁ କୁହନ୍ତି ମାନବିକତା : ବୁଲା କୁକୁର ଓ ଗାଈଙ୍କ ପାଇଁ ଝୁରେ ସଂଗୀତାଙ୍କ ହୃଦୟ, ପ୍ରତିଦିନ ନିଜ ଗାଡ଼ି ଧରି ବାହାରି ପଡନ୍ତି ଆହାର ଯୋଗାଇବାକୁ

ବାଲେଶ୍ବର: ଲକ୍ ଡାଉନ୍ ପରେ ସଟ୍ ଡାଉନ୍ ଏଭଳି ଦିନ ପରେ ଦିନ ବଢ଼ି ଚାଲିଛି । କୋଭିଡ୍-୧୯କୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ପାଇଁ ଦୋକାନ ବଜାର, ହୋଟେଲ୍ ବ୍ୟବସାୟ ଏକ ପ୍ରକାର ବନ୍ଦ ରହିଥିବା ବେଳେ ଜୀବନ ଯାତ୍ରାରେ ଏକ ପ୍ରକାର ତାଲା ଲାଗି ଯାଇଛି । ଏଭଳି ପରିସ୍ଥିତି ରେ ମଣିଷ ତ ମଣିଷ ପଶୁଙ୍କ କଥା କିଏ ପଚାରେ । ସହର ଗଳିକନ୍ଦିରେ ଏବେ କୁକୁରଙ୍କ ଧାଁ ଦୌଡ ସହ ଝଗଡା ଦେଖିବାକୁ ମିଳୁଛି । ଲକ୍ ଡାଉନରେ ଏବେ ସହରରେ ମଣିଷଙ୍କ କଥା ଆଗ ବିଚାରକୁ ନିଆଯାଉଥିବା ବେଳେ ବୁଲା କୁକୁରଙ୍କ କଥା କିଏ ପଚାରେ !

dogସହରରେ ବିଭିନ୍ନ ଗଳି କନ୍ଦିରେ ଥିବା କୁକୁର ମାନେ ଏବେ ପ୍ରାୟତଃ ଭୋକିଲା । ତେବେ ଏଭଳି ପରିସ୍ଥିତିରେ ବାଲେଶ୍ବରର ସଂଗୀତା ମହାନ୍ତି ନାମକ ଜଣେ ଯୁବତୀ ଯିଏ କୁକୁର ଓ ଗାଈଙ୍କ ପାଇଁ ଆଗକୁ ଆସିଛନ୍ତି । ବୃତ୍ତି ରେ ସେ ଜଣେ ଅର୍କିଟେକ୍ ଇଂଜିନିୟର କିନ୍ତୁ ତାଙ୍କର ମହାନତା ଯୋଗୁଁ ଆଜି ୩୦୦ ଭୋକିଲା କୁକୁରଙ୍କୁ ଆହାର ମିଳିପାରିଛି । ପ୍ରତିଦିନ ସେ କୁକୁରଙ୍କ ପାଇଁ ବିସ୍କୁଟ୍ , ପେଡିଗ୍ରି ଇତ୍ୟାଦି ଖାଦ୍ୟ ନିଜ ଗାଡ଼ି ରେ ଲୋଡ୍ କରି ବାହାରି ପଡ଼ନ୍ତି।

dog eatପ୍ରତିଦିନ ସେ ସହର ତଥା ଆଖପାଖ ୪୫ କିଲୋମିଟର ବୁଲନ୍ତି। ସେଇଥିପାଇଁ ତାଙ୍କୁ ଦୈନିକ ଅଢେଇ ରୁ ୩ ହଜାର ଖର୍ଚ୍ଚ କରିବାକୁ ପଡେ। ସେଥିରେ ତାଙ୍କ ଟିକେ ବି ଦୁଃଖ ନାହିଁ ।କାରଣ ସେ ପିଲାଟି ବେଳୁ ପଶୁଙ୍କ ପ୍ରେମରେ ପଡିଯାଇଛନ୍ତି । ସେଥିପାଇଁ ଆଜିର ଜରୁରୀ ପରିସ୍ଥିତି ରେ ବୁଲା କୁକୁର ଓ ଗାଈଙ୍କ ପାଇଁ ଖାଦ୍ୟ ନେଇ ବାହାରିପଡ଼ନ୍ତି ସଂଗୀତା। ଏପରି କରିବା ଦ୍ବାରା ତାଙ୍କୁ ବହୁତ ଖୁସି ମିଳିଥାଏ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.