ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ, ଖୋର୍ଦ୍ଧା ଦାୟିତ୍ୱରେ ସଂଗ୍ରାମ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌) : ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ । ତାଙ୍କ ସ୍ଥାନରେ ୨୦୧୫ ବ୍ୟାଚ୍ ଆଇଏଏସ୍ ପାରୁଲ ପଟଓ୍ଵାରୀଙ୍କୁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବରେ ନିଯୁକ୍ତି ମିଳିଛି ।

ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ମିଳିଛି ନୂଆ ନିଯୁକ୍ତି । ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଥିବା ଗଙ୍ଗାଧର ସାହୁ ହେଲେ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.