Below header

ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସଞ୍ଜୀବ ପଣ୍ଡା, କହିଲେ ଫୋକସରେ ରହିବ ନିର୍ବାଚନ ଆଉ ଆଇନଶୃଙ୍ଖଳା

ଟ୍ବିନସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସଞ୍ଜୀବ ପଣ୍ଡା । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ୍ ଅନରପ୍ରଦାନ କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ) : ଟ୍ବିନସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସଞ୍ଜୀବ ପଣ୍ଡା । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି  । ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ୍ ଅନରପ୍ରଦାନ କରାଯାଇଛି । ଦାୟିତ୍ବ ଗ୍ରହଣ ପରେ ନୂଆ ପୋଲିସ କମିଶନର କହିଛନ୍ତି ସାଧାରଣ ନିର୍ବାଚନ, ଆଇନଶୃଙ୍ଖଳା, ସାଇବର ଅପରାଧ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ମୁଖ୍ୟ ଫୋକସ୍ ରହିବ ।

୧୯୯୪ ବ୍ୟାଚ ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କ ଓଡ଼ିଶା ପୋଲିସରେ ରହିଛି ବହୁ ଅଭିଜ୍ଞତା । ପୂର୍ବରୁ ସେ ପୁରୀ ଏସପି, ଆଇଜି ପର୍ସନାଲ, ଆଇଜି OSP , ଏଡିଜି କ୍ରାଇମବ୍ରାଞ୍ଚ , ପରିବହନ କମିଶନର ଆଦି ବିଭିନ୍ନ ଦାୟିତ୍ବ ସଫଳତାର ସହ ନିର୍ବାହ କରି ସରକାରଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.