‘ସ୍ୱକଳ୍ପ ସହଯୋଗ’ କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ମିଳିଲା ସହାୟତା

ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ ସହଯୋଗ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀ ଯୋଗ ଦେଇଥିଲେ। ସେମାନଙ୍କୁ ନିଜ ନିଜ ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ବ୍ୟାଙ୍କ ୠଣ ପ୍ରଦାନ ସହିତ ଡିଜିଟାଲ କାରବାର ପାଇଁ ଆବଶ୍ୟକ ସହାୟତା ଦିଆଯାଇଥିଲା।

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ ସହଯୋଗ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀ ଯୋଗ ଦେଇଥିଲେ। ସେମାନଙ୍କୁ ନିଜ ନିଜ ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ବ୍ୟାଙ୍କ ୠଣ ପ୍ରଦାନ ସହିତ ଡିଜିଟାଲ କାରବାର ପାଇଁ ଆବଶ୍ୟକ ସହାୟତା ଦିଆଯାଇଥିଲା। ‘ସ୍ୱକଳ୍ପ’ ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଉଛି।

ଦିନେ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଥିଲେ ଗାଁ ଗହଳିର ଯୁବକ ଯୁବତୀ। ଆଜି ସେମାନଙ୍କୁ ତାଲିମ ଦେଇ ବ୍ୟବସାୟ ସ୍ଥାପନ ଲାଗି ସେମାନଙ୍କ ଭିତରେ ନୂଆ ସାହସ ଓ ଉତ୍ସାହ ଭରିଛି ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’।

ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କେତେକ ସଫଳ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ୠଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା। ଡିଜିଟାଲ କାରବାର ପାଇଁ ଆଗରୁ ପଞ୍ଜୀକରଣ କରିଥିବା ଉଦ୍ୟୋଗୀଙ୍କୁ ଭାରତ ପେ’ ପକ୍ଷରୁ ‘କ୍ୟୁ ଆର୍’ କୋଡ୍ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର (ଏମଏସଓପି) ଜିତେନ୍ଦ୍ର ମୋହନ ସାହୁ, ଭାରତ ପେ’ର ଏରିଆ ଜେନେରାଲ ମ୍ୟାନେଜର ବିଶ୍ୱ ପ୍ରକାଶ ରାଉତ, ଏସଆଇଡିବିଆଇର ସହକାରୀ ପ୍ରବନ୍ଧକ ଅଶ୍ୱିନୀ ବେହେରା, ଭାରତୀୟ ଷ୍ଟେଟ ବ୍ୟାଙ୍କର ସହକାରୀ ପ୍ରବନ୍ଧକ କେ ମିଲନ ପାତ୍ର, ଡିଆଇଭିଏଭିଆଇ – ଗାଓଁ କା ବଜାରର ମିଶନ ଡାଇରେକ୍ଟର ରାଜୀବ ରଞ୍ଜନ ଗୁରୁ, ସ୍ୱକଳ୍ପ ଟିମ୍ ଲିଡର ତଥା ପାଲଡିୟମ ଇଣ୍ଡିଆର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ, ବିଶ୍ଵ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ପାଲାଡିୟମ ଇଣ୍ଡିଆର ନିର୍ଦ୍ଦେଶକ ସନ୍ଦୀପ ଲାଞ୍ଜେୱାର ପ୍ରମୁଖ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.