ମେଣ୍ଟ ଚର୍ଚ୍ଚାକୁ ପୁଣି ଝୁଲାଇ ରଖିଲେ ବିଜେପି ରାଜ୍ୟ ସଭାପତି, କହିଲେ ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା

ରାଜ୍ୟରେ ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟ ଉପରେ ସସପେନ୍ସ ଜାରି । ଦିଲ୍ଲୀରୁ ଫେରିଲେ, ଚୁପ୍ ରହିଲେ ବିଜେପି ରାଜ୍ୟ ସଭାପକି । ମେଣ୍ଟ ଉପରେ ନିରବ ରହିଲେ ମନମୋହନ ସାମଲ । ଠିକ୍ ସମୟରେ ଯାହା ନିଷ୍ପତ୍ତି ହେବ ଜଣାଇ ଦିଆଯିବ । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଆସିବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟ ଉପରେ ସସପେନ୍ସ ଜାରି । ଦିଲ୍ଲୀରୁ ଫେରିଲେ, ଚୁପ୍ ରହିଲେ ବିଜେପି ରାଜ୍ୟ ସଭାପକି । ମେଣ୍ଟ ଉପରେ ନିରବ ରହିଲେ ମନମୋହନ ସାମଲ । ଗତକାଲି ଚତୁର୍ଥ ଥର ଦିଲ୍ଲୀ ଗସ୍ତରୁ ଫେରିବା ପରେ ସେ କହିଥିଲେ, ଅମିତ ଶାହ କହି ସାରିଛନ୍ତି । ଠିକ୍ ସମୟରେ ଯାହା ନିଷ୍ପତ୍ତି ହେବ ଜଣାଇ ଦିଆଯିବ । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଆସିବ ।

ମନମୋହନଙ୍କ ଏହି ମନ୍ତବ୍ୟ ପରେ ମେଣ୍ଟ ସସପେନ୍ସ ଆହୁରି ବଢ଼ିଛି । ଗତ କିଛି ଦିନ ହେବ ବିଜେପି- ବିଜେଡି ସମ୍ଭାବ୍ୟ ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଛି । ଦୁଇ ଦଳରୁ ଏଯାଏ ସ୍ପଷ୍ଟ ବାର୍ତ୍ତା ବି ଆସିନାହିଁ । ଚଳିତ ମାସରେ ଚାରି ଥର ଦିଲ୍ଲୀ ଯାଇଛନ୍ତି ମନମୋହନ ସାମଲ । ପୂର୍ବରୁ ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବୋଲି କହିଥିଲେ । ଗତକାଲି ନିରବ ରହିବାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.