ଗଞ୍ଜେଇ ବେପାର ପାଇଁ ସାଙ୍ଗକୁ ବନ୍ଧା ପକାଇ ସାଙ୍ଗ ଫେରାର୍

ଗଞ୍ଜେଇ ବେପାର ପାଇଁ ବନ୍ଧା ପଡିଲା ସାଙ୍ଗ । ଅପହରଣ ମାମଲା ଦାୟର ପରେ ପୋଲିସ ତଦନ୍ତ କରି ଘଟଣାର ଫର୍ଦାଫାସ କରିଛି । ଅପହୃତ ଯୁବକଙ୍କୁ ଉଦ୍ଧାର କରାଯାଇଛି ।

ମୋହନା(କେନ୍ୟୁଜ): ଗଞ୍ଜେଇ ବେପାର ପାଇଁ ବନ୍ଧା ପଡିଲା ସାଙ୍ଗ। ଅପହରଣ ମାମଲା ଦାୟର ପରେ ପୋଲିସ ତଦନ୍ତ କରି ଘଟଣାର ଫର୍ଦାଫାସ କରିଛି । ଅପହୃତ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଗଜପତି ଜ଼ିଲ୍ଲା ଅଡବା ଥାନା ରାଇଜୁକା ଗ୍ରାମର ଆଲୋକ ମାଝୀ । ଗଞ୍ଜାମ ଜ଼ିଲ୍ଲା କୋଦଳା ଅଞ୍ଚଳର ଏକ ଗଞ୍ଜେଇ ରାକେଟ ସହ କାମ କରନ୍ତି ।

ଉକ୍ତ ରାକେଟରେ ବହୁ ଯୁବକ ଥିବାବେଳେ ଆଲୋକ ଗଜପତିରୁ ଗଞ୍ଜେଇ ନେଇ ସେଠାରେ ଦେଇଥାନ୍ତି । ତେବେ ରାକେଟର ଅନ୍ୟ ସଦସ୍ୟଙ୍କ ଅଜାଣତରେ ଆଲୋକ ୨୦ଲକ୍ଷ ଟଙ୍କାର ଗଞ୍ଜେଇ କାହାକୁ ବିକ୍ରି କରିଦେଇଥିଲେ । ଏହି ଘଟଣାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ବକେୟା ଟଙ୍କା ହିସାବ ଆଲୋକକୁ ମାଗିଥିଲେ ରାକେଟର ସଦସ୍ୟ ମାନେ ।

କିନ୍ତୁ ଗତ ୧୬ମାର୍ଚ୍ଚରେ ଆଲୋକ ରାଇଜୁକା ଗ୍ରାମର ପ୍ରାନ୍ତର ନାୟକ ତଥା ନିଜ ସାଙ୍ଗଙ୍କୁ ବାହାନା କରି କୋଦଳା ନେଇଯାଇଥିଲା । ସେଠାରେ ସାଙ୍ଗ ପ୍ରାନ୍ତର କୁ ରାକେଟର ଅନ୍ୟ ସଦସ୍ୟ ମାନଙ୍କ ପାଖରେ ବନ୍ଧା ରଖିବା ସହ ଟଙ୍କା ଯୋଗାଡ଼ କରି ଦେଲେ ସାଙ୍ଗକୁ ନେବେ ବୋଲି କହି ଚାଲିଆସିଥିଲା । ତାପର ଠାରୁ ଫେରାର ରହିଛି ଆଲୋକ । ଏନେଇ ପ୍ରାନ୍ତର ପରିବାର ବର୍ଗ ଅଡବା ଥାନାରେ ସେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିଲା।

ଏହାପରେ କୋଦଳା ପୋଲିସ ସହାୟତାରେ ଅଡବା ପୋଲିସ ବୁଧୁବାର ସକାଳ ସମୟରେ ପ୍ରାନ୍ତର ନାୟକଙ୍କୁ କୋଦଳା ଥାନା ଅଞ୍ଚଳର ଜୋଗୀୟକୂଳ ଗ୍ରାମର ପ୍ରମୋଦ ସାହୁଙ୍କ ଘରୁ ଉଦ୍ଧାର କରିଥିଲା । ଏପଟେ ଉଦ୍ଧାର କରିବା ପରେ ଗତକାଲି ଗୁରୁବାର ପ୍ରାନ୍ତରକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏପଟେ ପ୍ରମୋଦଙ୍କୁ ପୋଲିସ୍ ଗିରଫ କରିଛି । ତେଵେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.