ପିସିସି ସଭାପତି ରୂପେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲେ ଶରତ ପଟ୍ଟନାୟକ, ବିଶାଳ ପଟୁଆରରେ ସ୍ୱାଗତ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର(କେନ୍ୟୁଜ୍‌): ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ଶରତ ପଟ୍ଟନାୟକ। ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଆଜି ଫେରିଛନ୍ତି ଶରତ।

ସେ ଏୟାରପୋର୍ଟରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ଓ ନେତାମାନେ ତାଙ୍କୁ ପାଛୋଟି ଆଣିଥିଲେ। ବିଶାଳ ପଟୁଆରରେ କଂଗ୍ରେସ ଭବନରେ ଆସି ପହଞ୍ଚିଥିଲେ ଶରତ ପଟ୍ଟନାୟକ। ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୪ ନିର୍ବାଚନ ପାଇଁ ଦଳ ଘର ସଜାଡୁଥିବା ସେ କହିଛନ୍ତି। ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଆଜି ଦାୟିତ୍ୱ ଗ୍ରହଣ ବେଳେ ୨ ବିଧାୟକ ଅନୁପସ୍ଥିତ ଥିବାରୁ ସେମାନେ ବ୍ୟକ୍ତିଗତ କାରଣରୁ ଆସିପାରିନଥିବା ନେଇ କହିଛନ୍ତି ଶ୍ରୀ ପଟ୍ଟନାୟକ। ଏହା ସହ ଖୁବ ଶୀଘ୍ର ଦଳର ସମସ୍ତ କମିଟି ଗଠନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କମିଟିରେ ଯୁବଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ଶରତ।

Also Read: ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.