ସତ୍ୟବାଦୀରେ ଓଡିଆ ବଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର : ସତ୍ୟବାଦୀରେ ଓଡିଆ ବଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା ପରେ ସମଗ୍ର ଅଞ୍ଚଳକେ ଏବେ ଖୁସିର ଲହରି । ଏନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ସତ୍ୟବାଦୀ ଅଞ୍ଚଳର ଲୋକେ । ୪ଟି କଲେଜର ଛାତ୍ରଛାତ୍ରୀ, ମହିଳା ମୋର୍ଚ୍ଚା ଓ ସ୍ଥୀନୀୟ ଅଞ୍ଚଳକ ବରିଷ୍ଠ ନାଗରିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନେତୃତ୍ବରେ ଆସିଥିବା ଏକ ରାଲି ନବୀନ ନିବାସ ପର୍ୟ୍ୟନ୍ତ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିରେ ପିପିଲି ବିଧାୟକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ନିମାପଡା ବିଧାୟକ ସମୀର ଦାଶ ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.