ଅନୁଗୁଳ: ସାନ ହୁଲା ସେବା ସମବାୟ ସମିତିରେ ଘୋଟାଲା, ଚାଷୀଙ୍କ ପାଇଁ ଆସୁଥିବା ସାର ବାହାରେ ବିକ୍ରି ହେଉଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନ ହୁଲା ସେବା ସମବାୟ ସମିତିରେ ଦୁର୍ନୀତିର ଛାପ । ଚାଷୀଙ୍କ ପାଇଁ ଆସୁଥିବା ସାର ବାହାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି । ସାନହୁଲା ସେବା ସମବାୟ ସମିତିର ସମ୍ପାଦକଙ୍କ ବେଆଇନ କାମ ଯୋଗୁଁ ଚାଷୀଙ୍କୁ ଋଣ ମିଳୁନାହିଁ ।

ଧାନ କିଣାରେ ମଧ୍ୟ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି । ଚାଷୀଙ୍କ ନାଁରେ ସାର ଆସୁଥିଲେ ବି ଏହା ଚାଷୀଙ୍କୁ ମିଳୁନାହିଁ । ତେବେ ରେଜିଷ୍ଟେରରେ ସବୁ କିଛି ଅପଡେଟ ରହୁଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଚାଷୀ । ଏପଟେ ଅଭିଯୋଗକୁ ସମବାୟ ସମିତି ସମ୍ପାଦକ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.