ଆଳୁ ଖୋଳୁଖୋଳୁ ମହାଦେବ : ଚୋରା କାଠ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଚଢାଉ, ଠାବ ହେଲା ନକଲି ମଦ ତିଆରି କାରଖାନା

କୋରାପୁଟ: ଫରେଷ୍ଟ ବିଭାଗ ହାତରୁ ଚମ୍ପଟ ମାରିଲା ଚୋରା କାଠ ବେପାରୀ । କୋରାପୁଟ ଜିଲ୍ଲା ଜୟପୁରର ଚିଲିଗୁଡ଼ା ଠାରେ ଏକ ଘରେ କାଠ ବେପାର ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ଚୋରା କାଠ ଜବତ ହେବା ସହ ଏକ ନକଲି ମଦ ତିଆରି କାରଖାନା ଚାଲିଥିବା ଠାବ କରାଯାଇଥିଲା।

ସୂଚନା ଅନୁଯାୟୀ, ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଅନେକ ବିଦେଶୀ କଂପାନୀର ବ୍ରାଣ୍ଡରେ ନକଲି ମଦ ତିଆରି କରାଯାଇଥିବା ଜଣାପଡ଼ିଛି। ମହେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତି ଜଣକ କାଠ ବେପାର କରୁଥିବା ନେଇ ପୋ ଲିସ ଖବର ପାଇଥିଲା। ଅଧିକ ପଚରାଉଚରା ପାଇଁ ତାଙ୍କୁ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ସେଠାରୁ ମହେନ୍ଦ୍ର ସ୍ୱାଇଁ ଚମ୍ପଟ ମାରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.