Below header

କେଉଁ ପରିସ୍ଥିତିରେ ଜେଲ ଭିତରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ଡମି ନେଇ ସିନ୍‌ ରିକ୍ରିଏସନ୍‌ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗିର():କେମିତି ଓ କେଉଁ ପରିସ୍ଥିତିରେ ଜେଲ ଭିତରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ । କ୍ରାଇମବ୍ରାଞ୍ଚ ଆଇଜି ଅମିଚେନ୍ଦ୍ର ନାଥ ସିହ୍ନା ଓ ୪ ଜଣିଆ ଟିମ୍‌ ଖୋଳତାଡ କରିଛନ୍ତି । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଶୁକ୍ରବାର କଣ୍ଟାବାଞ୍ଜି ଜେଲ୍‌ରେ ଜଣେ ଡମି ନେଇ ସିନ୍‌ ରିକ୍ରିଏସନ୍‌ କରାଯାଇଛି ।

ଗୋବିନ୍ଦଙ୍କ ଭଳି ସମାନ ଉଚ୍ଚତା ଏବଂ ଓଜନ ବିଶିଷ୍ଟ ଲୋକକୁ ଧରି ଡେମୋ କରିଛନ୍ତି ତଦନ୍ତକାରୀ ଟିମ୍‌ । ଏଥିରେ ଏକ କାଠ ଗଡ଼ ଓ ଗାମୁଛା ବ୍ୟବହାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଷ୍ଟେଟ ଫରେନସିିକ୍‌ ସାଇନ୍‌ସ ଲାବୋରେଟୋରୀର ସାଇଣ୍ଟିଫିକ ଟିମ୍‌ ସବ୍‌ଜେଲ ପରିସରରେ ଘଟଣାସ୍ଥଳରେ ପୁନଃ ଯାଞ୍ଚ କରିଥିଲେ ।

ଗୋବିନ୍ଦ ସାହୁଙ୍କ ଇନକ୍ୱେଷ୍ଟ ଓ ପୋଷ୍ଟମର୍ଟମ ସଂପର୍କିତ ଫଟୋ ଏବଂ ଭିଡିଓ ଥିବା ଡିଭିଡିକୁ ତଦନ୍ତକାରୀ ଟିମ୍‌ ନେଇଛି । ତଦନ୍ତ ଭିତରେ ଗୋବିନ୍ଦଙ୍କ ଜ୍ୟାକେଟରୁ ମିଳିଥିବା ଲଫାପାକୁ ନେଇ ସସପେନ୍ସ ଥମୁନି । ଲଫାପାରେ ଦୁଇ ପୃଷ୍ଠାର ହାତ ଲେଖା ରହିଥିବା ବେଳେ ଲଫାପାରେ ଗୋବିନ୍ଦଙ୍କ ଝିଅ ଲିପିକା ଓ ପତ୍ନୀ ସୁଷମା ସାହୁଙ୍କ ନାଁ ଥିବା ସୂଚନା ମିଳିଛି । ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.