Below header

ସ୍କୁଲ ପାଚେରୀ ଠାରୁ ମାତ୍ର ୧୦ ମିଟର ଦୂରରେ ଗାଡ଼ିଆ ଖୋଳି ମାଟି ବୋହିନେଲେ ଠିକାଦାର

ମାହାଙ୍ଗା (କେନ୍ୟୁଜ୍) : ସ୍କୁଲ ପାଚେରୀ ଠାରୁ ମାତ୍ର ୧୦ ମିଟର ଦୂରରେ ଗାଡ଼ିଆ ଖୋଳି ମାଟି ବୋହିନେଲେ ଠିକାଦାର । କଟକ ଜିଲ୍ଲା ମାହାଙ୍ଗା ଶିକ୍ଷା ମଣ୍ଡଳ ଅଧିନରେ ଥିବା ସିପୁରା ସୁନୁପେଇ ବିଦ୍ୟାଳୟ ଓ ଅଙ୍ଗନଓ୍ଵାଡି ଗୃହ ପରିସରରେ ମାଟି ଉଠାଇ ନେଇଛନ୍ତି ଠିକାଦାର । ଏଠାରେ ଅଙ୍ଗନଓ୍ଵାଡି ପିଲାଙ୍କ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲା ପାଠ ପଢନ୍ତି । ସ୍କୁଲ କ୍ୟାମ୍ପସ ଭିତରେ ଥିବା ଖାଲୁଆ ଯାଗାରେ ପାଣି ଜମି ରହୁଥିବାରୁ ସ୍ଥାନୀୟ ବିଧାୟକଙ୍କ ସୁପାରିଶ କ୍ରମେ ଦେଢଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ହେଲେ ମାତ୍ର ଶହେ ଟାକ୍ଟ୍ରର ମାଟି ପକାଇ କାମ ଶେଷ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ମାଟି ଭର୍ତ୍ତି ଆଳରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଘଟଣାରେ ତଦନ୍ତ ଦାବି ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ବିଡିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.