ବେନି ଜନେ ସମଦଶା : ବିଶ୍ୱକପ୍‌ ସେମିଫାଇନାଲ୍‌ର କିଛି ଏମିତି କଥା, ସଂଯୋଗ ନା ଆଉ କିଛି ଭାବନ୍ତୁ ତ ?

ଗତ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଆଇସିସି ବିଶ୍ୱକପ୍‌ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଗଲା । ଏଥିରେ ଭାରତକୁ ନ୍ୟୁଜିଲାଣ୍ଡ ହରାଇଥିଲା । ସେହିପରି ୧୧ ତାରିଖରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ଆୟୋଜକ ଇଂଲଣ୍ଡ ଠାରୁ ହାରିଲା ଗତଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ହେଲେ ହୁଏତ ଏକଥାକୁ କେହି ଏତେ ଦୃଷ୍ଟି ଦେଇ ନଥିବେ ଯେ ଦୁଇ ସେମିଫାଇନାଲ୍‌ ଭିତରେ କିଛି ସମାନ କଥା ଘଟିଥିଲା । ଆସନ୍ତୁ ସେସବୁ ଉପରେ ନଜର ପକାଇବା ।

୧-ସେମିଫାଇନାଲ୍‌ରେ ହାରିଥିବା ଦୁଇ ଦଳ ହେଲେ ଭାରତ ଓ ଅଷ୍ଟ୍ରେଲିଆ ବା INDIA, AUSTRALIA । ଇଂରାଜୀରେ ଏମାନଙ୍କ ନାଁ ଅନୁସାରେ ଶେଷ ଅକ୍ଷର ଗୁଡ଼ିକ ହେଉଛି IA ।
୨-ଦୁଇ ବିଜୟୀ ଦଳର ଶେଷ ଅକ୍ଷର LAND (ENGLAND, NEW ZEALAND) ।
୩-ଭାର ଓ ଅଷ୍ଟ୍ରେଲିଆ ଉଭୟ ପ୍ରଥମରୁ ୩ଟି ପ୍ରମୁଖ ଓ୍ଵିକେଟ୍‌ ହରାଇ ବିପର୍ଯ୍ୟୟରେ ପଡ଼ିଥିଲେ ।
୪- ଭାରତ ୪୯ତମ ଓଭରରେ ୨୨୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୪୯ ଓଭରରେ ୨୨୩ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା ।
୫-ଭାରତ ପକ୍ଷରୁ ଧୋନି ରନ୍‌ ଆଉଟ୍‌ ହେଲେ ଏବଂ ଅଷ୍ଟ୍ରେଲିଆ ତରଫରୁ ସ୍ମିଥ୍‌ ରନ୍‌ଆଉଟ୍‌ ହୋଇଛନ୍ତି ।
୬-ଧୋନି ରନ୍‌ଆଉଟ୍‌ ହେବା ବେଳକୁ ଭାରତର ସ୍କୋର ଥିଲା ୮ ଓ୍ଵିକେଟ୍‌ରେ ୨୧୬ ରନ୍‌ । ସ୍ମିଥ୍‌ ରନ୍‌ ଆଉଟ୍‌ ସମୟରେ ଅଷ୍ଟ୍ରେଲିଆ କରିଥିଲା ୮ ଓ୍ଵିକେଟ୍‌ରେ ୨୧୭ ରନ୍‌ ।
୭-ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ୪ ଜଣ ବ୍ୟାଟ୍‌ସମ୍ୟାନ୍‌ ଦୁଇ ଅଙ୍କରେ ପହଞ୍ଚିଥିବା ବେଳେ ୭ ଜଣ ଖେଳାଳି ୧୦ରୁ କମ୍‌ ସ୍କୋର କରିଥିଲେ ।
୮- ଦଳୀୟ ସ୍କୋର ୪ ରନ୍‌ ହୋଇଥିବା ବେଳେ ଦୁଇ ଦଳ ସେମାନଙ୍କ ପ୍ରଥମ ଓ୍ଵିକେଟ୍‌ ହରାଇଥିଲେ ।
୯-ରୋହିତ ଶର୍ମା ଓ ଆରୋନ୍‌ ଫିଞ୍ଚ୍‌ଙ୍କ ଓ୍ଵିକେଟ୍‌ ଦ୍ୱିତୀୟ ଓଭର୍‌ରେ ହିଁ ପଡ଼ିଥିଲା ।
୧୦- ପରାଜୟରେ ‘୮’ର ଖେଳ ରହିଛି । ଭାରତ ୧୮ ରନ୍‌ରେ ହାରିଲା ଓ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ପରାଜିତ ହେଲା ।

କେବଳ ଫରକ ଥିଲା, ଭାରତ ଲଢ଼େଇ କରି ହାରିଲା କିନ୍ତୁ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ପରାଜିତ ହେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.