ସ୍କୁଲରୁ ଫେରିଲାନି ଝିଅ, ଅଧା ବାଟରୁ ହୋଇଗଲା ଅପହରଣ

ଭଦ୍ରକ (କେନ୍ୟୁଜ) : ପୂଜା ତୁ କୁଆଡେ ଗଲୁ। ମୋ ପୂଜା ମୋତେ ଦରକାର। ମୁଁ ଆଉ କିଛି ଚାହୁଁନି। ଥାନାବାବୁ ମୋତେ ମୋ ଝିଅକୁ ଫେରାଓ ନହେଲେ ମୁଁ ଆତ୍ମହତ୍ୟା କରିବି। ମୋ ଝିଅକୁ ମାତ୍ର ୧୪ ବର୍ଷ। ମୋ ଝିଅକୁ ମୋତେ ଫେରେଇଦିଅ। ସ୍କୁଲକୁ ଯାଇ ଆଉ ଫେରିଲାନି ଝିଅ। ଅଧାବାଟରୁ ଝିଅ ହୋଇଗଲା ନିଖୋଜ। ୧୪ ବର୍ଷର ଝିଅକୁ କରିନେଲେ ଅପହରଣ। ଘରେ ପହଁଚିବା ପୂର୍ବରୁ ଜୋର ଜବରଦସ୍ତ ହିଁ ଟେକି ନେଇଗଲେ ଝିଅକୁ। ବାପା ମାଆ ଥାନାକୁ ଯାଇ ଯାଇ ଦେଢ଼ ମାସ ହେଲା ହେଲେଣି ନୟାନ୍ତ। କିନ୍ତୁ ଏଯାଏଁ ମିଳୁନି ନାବାଳିକା ଝିଅର ପତ୍ତା। ଝିଅ କଥା ଭାବି ଭାବି ଶୁଖୁନି ମାଆ ଆଖିର ଲୁହ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଟେଲିପାଟଣା ଗାଁର। ଗାଁର ଶିବ ଶଙ୍କର ପ୍ରଧାନଙ୍କ ୧୪ ବର୍ଷର ନାବାଳିକା ଝିଅ ପୂଜାରାଣି ସ୍କୁଲରୁ ଫେରୁଥିବା ବେଳେ ପାଖ ମଳିକ ସାହିର ୪ ଜଣ ବ୍ୟକ୍ତି ଝିଅକୁ ଅପହରଣ କରିନେଇଛନ୍ତି।

ଗତ ସେପ୍ଟେମ୍ବର ମାସ ୧୫ ତାରିଖରୁ ଝିଅ ଅପହରଣ ହୋଇଥିବା ଖବର ସମ୍ପର୍କରେ ଶିବ ଶଙ୍କର ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କେବଳ ସେହି ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରୁ ନାହିଁ କି ନାବାଳିକା କୁ ଉଦ୍ଧାର ପାଇଁ ସାମାନ୍ୟ ପଦକ୍ଷେପ ନେଉ ନାହିଁ ପୋଲିସ। ଦେଢ଼ ମାସ ହେଲା ଥାନାର ଦୁଆର ଦୌଡି ଦୌଡି ବାପା ମାଆଙ୍କର ଚପଲ ଘୂରି ଗଲାଣି। କିନ୍ତୁୁ ୧୪ ବର୍ଷର ନାବାଳିକା ଝିଅକୁ ଅପହରଣ କରିଥିବା ଦୋଷୀଙ୍କୁ ଧରୁନାହିଁ ଧୂଷୁରୀ ପୋଲିସ।

ତେଣୁ ଝିଅର ଜୀବନ ପ୍ରତି ବିପଦ ଥିବାରୁ ଝିଅର ବାପା ମାଆ ଶେଷରେ ଭଦ୍ରକ ଏସପିଙ୍କୁ ଭେଟି ଗୁହାରି କରିବା ସହିତ ନ୍ୟାୟ ଭିକ୍ଷା କରି ଧାରଣାରେ ବସିଛନ୍ତି। ତାଙ୍କ ସହିତ ଅନେକ ମହିଳା ମଧ୍ୟ ଧାରଣାରେ ବସିଛନ୍ତି। ଆଉ ଯଦି ସେମାନଙ୍କୁ ନ୍ୟାୟ ନମିଳେ ତାହେଲେ ଆତ୍ମାହୂତି ଦେବେ ବୋଲି କହିଛନ୍ତି ବାପା ମାଆ। କେତେ ଦିନ ଆଉ ଅପରାଧୀ ଏମିତି ଖୁଲମ ଖୁଲା ଆରାମରେ ବୁଲୁଥିବେ। ଗୋଟେ ମା ଏଠି ଖରା ଶୀତ କାକରରେ ଝିଅ ପାଇଁ ନ୍ୟାୟ ଭିକ୍ଷା କରୁଛି। କେବେ ଝିଅକୁ ନ୍ୟାୟ ମିଳିବ ଆପଣ କୁହନ୍ତୁ। ମାତ୍ର ୧୪ ବର୍ଷର ଝିଅ ଆଜ୍ଞା ସ୍କୁଲରେ ପାଠ ପଢ଼ୁଥିଲା। ଆପଣ କୁହନ୍ତୁ କେତେ ଦିନ ଆଉ ଝିଅମାନେ ଏପରି ଅସୁରକ୍ଷିତ ହୋଇ ରହୁଥିବେ, କେବେ ବନ୍ଦ ହେବ ଅପହରଣ, ଦୁଷ୍କର୍ମ ଆଉ ହତ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.