Below header

କଟାଯିବାକୁ ଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ: ବାତ୍ୟା ପାଇଁ ୩ ଜିଲ୍ଲାକୁ ଆଲର୍ଟ କଲେ SRC

କେନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଆଲର୍ଟ କଲେ ସ୍ୱତନ୍ତ୍ର ରିଲିଫ କମିସନର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ଥିତି ନିରୀକ୍ଷଣ ସହ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩ରେ ଗଜପତି, ଗଞ୍ଜାମ, ପୁରୀରେ ବର୍ଷା ସମ୍ଭାବନା ରହିଛି। ତେଣୁ କ୍ଷେତରୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି। କଟା ଯିବାକୁ ଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ନେବାକୁ ପରାମର୍ଶ ଦେଇଛନ୍ତି। ବର୍ଷା କ୍ଷୟକ୍ଷତିରୁ ରୋକିବାକୁ ଧାନ ମଣ୍ଡିରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୩ ତାରିଖ ମଧ୍ୟରାତ୍ରିରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନ ବର୍ଷା ହେବ । ୩ ତାରିଖରେ ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କି.ମି. ସମ୍ଭାବନା ରହିଛି । ଏହି ଦିନ ସ୍ଥଳବିଶେଷରେ ପବନର ବେଗ ବଢ଼ି ୧୧୦ କି.ମି ଛୁଇଁବା ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ବଢ଼ିବ ପବନର ବେଗ । ୩ ତାରିଖରେ ପବନର ବେଗ ୪୫-୫୫ କି.ମି. ରହିବ । ପରେ ବଢ଼ିବ ପବନରେ ବେଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.