କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ର ନିଖୋଜ

କାମାକ୍ଷାନଗର(କେନ୍ଯୁଜ୍): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋସନ ନାୟକ (୧୨),ବ୍ରାହ୍ମଣୀ ନଦୀରେ ବୁଡ ଦେବା ବେଳେ ହଠାତ୍ ଭାସି କେଉଁଆଡେ ନିଖୋଜ ହୋଇଯାଇଥିଲା ।

ଏନେଇ ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନଦୀରେ ବୁଡି ଛାତ୍ର ନିଖୋଜ ହେବା ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରୋସନ ନାୟକ ପିତା ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.