ଯୁବପିଢି ହୋଇଯାଆନ୍ତୁ ସାବଧାନ ! ଅଧିକ ସମୟ ବସି କାମ କରିବା ଯୋଗୁଁ ବଙ୍କା ହୋଇଯାଉଛି ମେରୁଦଣ୍ଡ

ଅଧିକଦିନ ଧରି ଓ୍ଵାର୍କ ଫ୍ରମ ହୋମ କରିବା ଯୋଗୁଁ ଲୋକଙ୍କର ବସିବାର ଶୈଳୀରେ ପରିବର୍ତ୍ତନ ଆସିଯାଇଛି। ଲୋକଙ୍କ ଶରୀରର ଗଠନ ଖରାପ ହୋଇଛି। ଏହି କାରଣ ଯୋଗୁଁ ଶରୀର, ବେକ, ପିଠିରେ ଅନେକ ଯନ୍ତ୍ରଣା ଭୋଗିବାକୁ ପଡୁଛି। କିଛି ଲୋକଙ୍କ ମେରୁଦଣ୍ଡ ହାଡ଼ ୧୨୦ ଡିଗ୍ରୀ ପର୍ଯ୍ୟନ୍ତ ବଙ୍କା ହୋଇଯାଇଛି। ନୂଆଦିଲ୍ଲୀ ଏମ୍ସର ଜଣେ ଡାକ୍ତର ଗତ ବର୍ଷେ ହେଲାଣି ହସପିଟାଲର ଓପିଡିକୁ ଆସୁଥିବା ରୋଗୀଙ୍କ ସହିତ କଥାବାର୍ତ୍ତା ହୋଇ ଏହା ଜାଣିବାକୁ ପାଇଛନ୍ତି।

ଡାକ୍ତରଖାନା ଓପିଡିକୁ ଆସୁଥିବା ୬୦୦ ରୋଗୀଙ୍କ ସହିତ କଥାବାର୍ତ୍ତା କରି ଜାଣିବାକୁ ପାଇଛନ୍ତି କି, ଅଧିକ ସମୟ ଧରି ଘରେ ରହି କାମ କରୁଥିବା ଲୋକ ଦିନ ତମାମ୍‌ ଚେୟାରରେ ବସିବାକୁ ପଡୁଛି। ନା ସେମାନେ ବାହାରକୁ ଯାଇ କୌଣସି ପ୍ରକାରର କାମ କରୁଛନ୍ତି ନା ବ୍ୟାୟାମ। ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଚେୟାରରେ ବସି କାମ କରିବା ଦ୍ୱାରା ସେମାନଙ୍କ ଶରୀରର ଗଠନ ବଦଳିଯାଇଛି। ସେମାନେ ଚାଲିବା ସମୟରେ ଆଗକୁ ନଇଁ ଚାଲୁଥିବା ନଜର ଆସୁଛନ୍ତି। ଆଉ ସବୁବେଳେ ବେକ ଏବଂ ପିଠି ଯନ୍ତ୍ରଣା ହେଉଥିବା ଅଭିଯୋଗ ମଧ୍ୟ କରୁଛନ୍ତି।

ଏମ୍ସର ଅର୍ଥୋପେଡିକ ବିଭାଗର ଡାକ୍ତର ବିବେକ କୁମାରଙ୍କ ମୁତାବକ, ଗତ ଦେଢ ବଷ ହେଲାଣି ଲୋକ ନିଜର ଦିନଚର୍ଯ୍ୟା ଉପରେ ଧ୍ୟାନ ଦେଉନାହାନ୍ତି। ବାହାରକୁ କମ୍‌ ଯିବା କାରଣରୁ ସେମାନଙ୍କ ଶାରୀରିକ ଗତିବିଧି କମ୍‌ ହେଉଛି। ଆଉ ଗୋଟେ ସ୍ଥାନରେ ଅଧିକ ସମୟ ବସିବା କାରଣରୁ ଏପରି ସମସ୍ୟା ଦେଖିବାକୁ ମିଳିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଅଧିକ ପ୍ରଭାବ ପକାଉଛି। କିଛି ରୋଗୀ ସବୁବେଳେ ପିଠି ଯନ୍ତ୍ରଣା ଅଭିଯୋଗ କରୁଛନ୍ତି। କିଛି ମାମଲାରେ ମେରୁଦଣ୍ଡ ହାଡ ବଙ୍କା ହୋଇଥିବା ଦେଖିବାକୁ ମିଳିଛି। ଯଦି ଆପଣ ଏହିସବୁ ସମସ୍ୟା ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଜୀବନ ଉପରେ ବେଶ୍‌ ପ୍ରଭାବ ମଧ୍ୟ ପକାଇବ ବୋଲି ଡାକ୍ତର କହିଛନ୍ତି। ଏହି କାରଣରୁ ଅନ୍ୟ କେତେକ ପ୍ରକାର ରୋଗ ହୋଇପାରେ ବୋଲି ମଧ୍ୟ ଡାକ୍ତର କହିଛନ୍ତି।

WORK FROM HOME-1

ଭୁଲ ମୁଦ୍ରାରେ ବସିବା ଏବଂ ଅଧିକ ସମୟ କାମ କରିବା ଯୋଗୁଁ ଏପରି ସମସ୍ୟା ଦେଖିବାକୁ ମିଳିଛି। ଡାକ୍ତରଙ୍କ ମୁତାବକ ୧୨ରୁ ୩୨ ବର୍ଷ ବୟସର ଲୋକ ଅଧିକ ମାତ୍ରାରେ ଏହି ସମସ୍ୟାର ସାମ୍ନା କରୁଛନ୍ତି। ତେଣୁ କିପରି ଏଥିରୁ ବଞ୍ଚିବେ, ତାହା ଉପରେ ଧ୍ୟାନ ଦେବା ଉଚିତ।

– ନିୟମିତ ବ୍ୟାୟାମ କରନ୍ତୁ।

– କାମ କରିବା ସମୟରେ ମଝିରେ ମଝିରେ ବ୍ରେକ ନିଅନ୍ତୁ।

– ଖାଦ୍ୟରେ ଭିଟାମିନ ଡି ସାମିଲ କରନ୍ତୁ।

– ଯେଉଁ କାମ କରୁଛନ୍ତି, ସଠିକ୍‌ ଉଚ୍ଚା ଟେବୁଲ ଚେୟାର ସହିତ ସିଧା ବସି କାମ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.