ଜନ୍ମାଷ୍ଟମୀରେ କୁନି କୁନି ପିଲା ସଜ୍ଜିତ ହେଲେ ରାଧା ଓ କୃଷ୍ଣଙ୍କ ବେଶରେ, ସ୍କୁଲ ସାଜିଲା ଗୋପପୁର

କେନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ ।ଏହି ଅବସରରେ କଟକ ଜିଲ୍ଲା ର ରାଜବଗିଚାର ଏକ ଘରୋଇ ଫ୍ଲେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନେ କୃଷ୍ଣ ଏବଂ ରାଧା ବେଶରେ ସୁସଜ୍ଜିତ ହେଇ ବିଦ୍ୟାଳୟରେ ଶ୍ରୀକୃଷ୍ଣଙ୍କୁ ପୂଜା କରିଥିଲେ।

ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ କୁନି କୁନି ପିଲା ମାନେ ସ୍ୱାଗତ ନୃତ୍ୟ ଏବଂ କୁନି ପିଲାମାନଙ୍କର ପରିବେଷିତ ରାଧାକୃଷ୍ଣ ଲୀଳା ନୃତ୍ୟ ଦେଖି ବିଦ୍ୟାଳୟ ପରିସର ଉତ୍ସବମୁଖ ହୋଇ ଉଠିଥିଲା ।ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ମହାପାତ୍ର ଶ୍ରୀକୃଷ୍ଣ ଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ଓ ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂପାଦକ ପ୍ରଭାତ କୁମାର ମହାପାତ୍ର ସହଯୋଗ କରିଥିଲେ । କୁନି କୁନି ପିଲାମାନଙ୍କ ବେଶ ଅନେକଙକୁ ବେଶ ଆକର୍ଷିତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.